ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଉଡ଼ିପାରିବନି ଡ୍ରୋନ୍; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ


ପୁରୀ: ଜୁନ୍‌ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଉତ୍ସବମୁଖର ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କରାଯାଇଛି। ତେବେ ପୁରୀ ସହରରେ ରଥଯାତ୍ରା ସମୟରେ ଡ୍ରୋନ୍‌ ଉହିବା ଉପରେ କଟକଣା ଜାରି କରାଯାଇଛି। ପୁରୀରେ ଉଡିବନି ଡ୍ରୋନ୍ । ଏନେଇ ସତର୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ରେଡ ଜୋନରେ ଶ୍ରୀମନ୍ଦିର ରହିଥିବାରୁ ଡ଼୍ରୋନ୍ ଉଡ଼ାଇବାରେ କଟକଣା ଜାରି ହୋଇଛି। ତେବେ ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।