Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବସ୍ଥା ମଧ୍ୟରେ ଭତ୍ତା ବଣ୍ଟନ

ଚିପିଲିମା: ରାଜ୍ୟ ସରକାର ଚଳିତ ମାସରୁ ମଧୁବାବୁ ପେନସନ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ବଣ୍ଟନ କରିବା ସହ ଅତ୍ୟନ୍ତ ବୁଦ୍ଧବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କୁ ଘରକୁ ଯାଇ ଭତ୍ତା ବାଣ୍ଟିବାକୁ ନିର୍ଦ୍ଧେଶ ଦେଇଥିବାବେଳେ, ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନବହାରିବାକୁ ନିର୍ଦେଶ ଦେଇଛନ୍ତି।ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ହିତାଧିକାରୀ ଙ୍କ ପାଇଁ ପାଣି ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ରହିଛି।ହେଲେ ସମସ୍ତ ନିର୍ଦ୍ଧେଶ କୁ ବେଖାତିର କରି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ଚାଲିଛି।ଏପରି ଉଦାହରଣ ମିଳିଛି ଧନକଉଡା ବ୍ଲକ କାର୍ଡୋଳା ପଞ୍ଚାୟତ ଠାରେ।ଏଠାରେ ଶତାଧିକ ହିତାଧିକାରୀ ଭତ୍ତା ପାଇଁ ଆସିଥିବାବେଳେ, ଦିନ ୧୨ ଟା ରେ ଭତ୍ତା ବଣ୍ଟନ ଚାଲିଥିଲା, ଲୋକେ ପାଣି ବୁନ୍ଦାଏ ପାଇଁ କଲବଳ ହେଉଥିବାବେଳେ ସର୍ବସାଧାରଣରେ ପାଣି ନଥିଲା।ଲୋକେ ପାଟି କରିବାରୁ ଏକ ମାଠିଆରେ ଭିତରେ ପାଣିଥିଲା।୭୦ବର୍ଷରୁ ଅଧିକ ଲୋକ ମଧ୍ୟ ଭତ୍ତା ପାଇଁ ଆସି ବିଭିନ୍ନ ତ୍ରୁଟିରୁ ଭତ୍ତା ନପାଇ ଫେରିୟାଇଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା।ଏପରି ଅବ୍ୟବସ୍ଥା ମଧ୍ୟରେ ଭତ୍ତା ବଣ୍ଟନକୁ ନେଇ ହୋହଲ୍ଲା ପରିସ୍ଥିତି ହୋଇଥିଲା।ରାଜ୍ୟ ସରକାର ଘୋଷଣା କରିଥିବା ନିର୍ଦ୍ଧେଶକୁ କଡାକଡି ଭାବରେ ଲାଗୁ କରି ହିତାଧିକାରୀଙ୍କୁ ସୁବିଧା କରିବାକୁ ଦାବିହେଉଛି।ପ୍ରକାଶ ଥାଉକି ଟାଣ ଖରା ରେ ହିତାଧିକାରୀ ଫେରୁଥିବାବେଳେ ପ୍ରାଣ ବାୟୁ ଉଡିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।ଏଥିପାଇଁ ପ୍ରଶାସନ ସଜାଗ ହେବାକୁ ବୁଦ୍ଧିଯିବି ମତ ବ୍ୟକ୍ତ କରିଛନ୍ତି।