Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରେଇପାଟରେ ତୃତୀୟ ଗୋ ବନ୍ଧ୍ୟାନିରାକରଣ ଶିବିର

ବେଲଗୁଣ୍ଠା, 12/06, ଗଞ୍ଜାମ ଜିଲ୍ଳା ପ୍ରାଣୀ ସମ୍ପଦ ବିକାଶ ବିଭାଗ ସୌଜନ୍ୟରୁ ବେଲଗୁଣ୍ଠା ବ୍ଳକ୍ ସୁତୁମୁସର ଗ୍ରାମରେ ପ୍ରଥମ ଏବଂ ଧୂମୂଛାଇରେ ଦ୍ୱିତୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତ ର ମରାଇପାଟ ଠାରେ ତୃତୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ବେଲଗୁଣ୍ଠା ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କାର୍ତ୍ତିକ୍ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧିକାରୀ ଡ଼ାକ୍ତର ରାକେଶ କୁମାର ପତି,ଗାଙ୍ଗପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅବିନାଶ ସାହୁଙ୍କ ସମେତ ଗୋବରାର ଭେଟନାରୀ ଟେକ୍ନିସିଆନ୍ ଏବଂ କାଳିଆଗୁଡ଼ାର ମିଲ୍କ୍ ଆନାଲିଷ୍ଟ୍ ଉପସ୍ଥିତ ରହି ଗାଈ ମାନଙ୍କର ଚିକିତ୍ସା କରିଥିଲେ I ଏହି ଶିବିରରେ 75 ଟି ଗାଈଙ୍କର ଚିକିତ୍ସା କରା ଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ