Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାଙ୍କୁ ଘରୁ ଉଠାଇନେଇ ବିବାହିତ ଯୁବକ କୋର୍ଟ ଚାଲାଣ

ବେଲଗୁଣ୍ଠା, 12/06, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଜଣେ 15 ବର୍ଷୀୟା ନାବାଳିକା ଘରେ ଶୋଇଥିବା ବେଳେ ରବିବାର ମଧ୍ୟରାତ୍ରରେ କେଉଁଆଡ଼େ ଚାଲିଯାଇଥିଲା ବୋଲି ତାର ମାଆ ଗାଙ୍ଗପୁର ଥାନାରେ ଏତାଲା ଦେଇଥିଲା I ଏନେଇ ଗାଙ୍ଗପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା I ପୋଲିସ୍ ନାବାଳିକାଟିକୁ ସେହି ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ(25)ଙ୍କ ଘରୁ ଠାବ କରିଥିଲା I କୃଷ୍ଣଚନ୍ଦ୍ର ପୂର୍ବରୁ ବିବାହିତ ହୋଇଥିବା ବେଳେ ତାର ଗୋଟିଏ ଛୁଆ ଥିବା ଏବଂ ପୂର୍ବରୁ କୃଷ୍ଣଚନ୍ଦ୍ରର ନିଜ ସ୍ତ୍ରୀ ସହିତ ମନୋମାଳିନ୍ଯ ହୋଇଥିବାରୁ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାବାଳିକାଟିକୁ ଉଠାଇ ଆଣି ନିଜ ଘରେ ରଖିଥିବା ଖବର ପୋଲିସ୍ ପାଇଥିଲା I ପୋଲିସ୍ କୃଷ୍ଣଚନ୍ଦ୍ରର ଘରୁ ନାବାଳିକାକୁ ଉଦ୍ଧାର କରି ବ୍ରହ୍ମପୁର ଠାରେ ଡ଼ାକ୍ତରୀ ମାଇନା କରିବା ପରେ କୃଷ୍ଣଚନ୍ଦ୍ରକୁ ବ୍ରହ୍ମପୁର ପୋକ୍ସୋ କୋର୍ଟଚାଲାଣ କରାଯାଇଛି I ଝିଅଟିକୁ ତାର ପରିବାର ଲୋଲେ ଗ୍ରହଣ ନକରିବାରୁ ତାକୁ ଉତ୍କଳ ବାଳାଶ୍ରମରେ ଛାଡିଦିଆଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I ନାବାଳିକାର ମାଅଙ୍କ ଏତାଲା ପ୍ରକାରେ 421/23 ରେ ଏକ ମାମଲା ରୁଜୁ କରାଯାଇ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ