Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଇରା ଝୁଲି ସ୍କୁଲ ରେ ଉପଖଣ୍ଡ ସ୍ତରୀୟ ଦିୱାନି ନ୍ୟାୟାଳୟ ଦ୍ଵାରା ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଜlଲୋଏ ପଂଚାୟତ ଅନ୍ତର୍ଗତ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ, ସୋମବାର ବିରମହାରାଜପୁର ଉପଖଣ୍ଡ ସ୍ତରୀୟ ଦେୱାନୀ ନ୍ୟାୟାଳୟ ଦ୍ୱାରା ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ନ୍ୟାୟାଧୀଶ ଶ୍ରୀମତୀ ସରୋଜିନୀ ସାହୁ ଯୋଗଦାନ କରି ଶିଶୁ ଶ୍ରମିକ ବିରୋଧ ରେ ଥିବା ଆଇନଗତ ଦିଗ ଉପରେ ଆଲୋକପାତ କରିବା ସଙ୍ଗେ ଶିଶୁ ର ଭବିଷ୍ୟତ ପ୍ରତି ସମସ୍ତେ ସଚେତନ ହୋଇ ମିଳିତ ଭାବେ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ଶିଶୁ କିପରି ଏକ ସୁସ୍ଥ ଜୀବନ ବଞ୍ଚି ପାରିବେ ତାହା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସନ୍ତୋଷ ଚାନ୍ଦ, ଶ୍ରୀଯୁକ୍ତ ସୁରେନ୍ଦ୍ର ତ୍ରିପାଠୀ, ବୀରମହାରାଜପୁର ବ୍ଲକ ର ସି. ଡି. ପି. ଓ., ଜlଲୋଏ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ମିଶ୍ର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ପଧାନ ନିଜ ନିଜର ମତ ବ୍ୟକ୍ତ କରିଥିଲେ l ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସନ୍ତୋଷ ଚାନ୍ଦ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଜିତେନ୍ଦ୍ର ପରଡିଆ ଧନ୍ୟବାଦ ପ୍ରଦାନ କରିଥିଲେ l ଏ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଙ୍ଗନୱାଡି କର୍ମୀ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ପୁରାତନ ଛାତ୍ରୀ କୁମାରୀ ଦୀପାଳି ଗୁରୁ ଶିଶୁ ଶ୍ରମିକ ଉପରେ ସ୍ୱରଚିତ କବିତା ପାଠ କରିଥିଲେ l ଶିକ୍ଷକ କିଶୋର ସାହୁ, ଶରତ ନାଏକ, ପରିଚାଳନା କମିଟି ସଭାପତି ଲେଖରାଜ ସାଗର, ବରିଷ୍ଠ ସଦସ୍ୟ ବିସିକେଶନ ମହାକୁର, କୁଶ ବଘାର ପ୍ରମୁଖ ସହଯୋଗ କରିଥିଲେ l