Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାବୁପାଲିରେ ଜଳ ସମସ୍ୟା; ପାଣି ଟୋପାଏ ପାଇଁ ହନ୍ତସନ୍ତ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ବାବୁପାଲି ଗ୍ରାମରେ ଅଚଳ ସୋଲାର ପ୍ରକଳ୍ପର ମରାମତି ର ପାଞ୍ଚ ମିନିଟ ପରେ ପୁଣି ଅଚଳ ହୋଇପଡିଛି। ଦୀର୍ଘ ଏକ ବର୍ଷ ହେଲା ବାବୁପାଲି ଗ୍ରାମର ସୋଲାର ପ୍ରକଳ୍ପ ଅଚଳ ହୋଇଥିଲା। ତେଣୁ ଗ୍ରାମରେ ପାନୀୟ ଜଳର ସମସ୍ୟା ଦେଖାଦେଇଥିଲା । ଏନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶନ ପରେ ବିଭାଗ ତତ୍ପରତା ପ୍ରକାଶ କରି ଉକ୍ତ ପ୍ରକଳ୍ପ ମରାମତି କରିବା ପାଇଁ ଏକ ଟିମ ଆସି ଉକ୍ତ ପ୍ରକଳ୍ପ ର ମରାମତି କରିଥିଲେ । ମାତ୍ର ମରାମତି କରିବା ପରେ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରାୟ ପାଞ୍ଚ ମିନିଟ କାର୍ଯ୍ୟକ୍ଷମ ପରେ ପୁଣି ଏହା ଅଚଳ ହୋଇପଡିଛି। ଗ୍ରାମବାସୀ ପୁନର୍ବାର ଏହାକୁ ମରାମତି କରିବାକୁ କହିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନ ଥିବାର ସମ୍ମୁଖିନ ହେଉଛନ୍ତି। ଗ୍ରାମରେ ଥିବା ଏକମାତ୍ର ସୋଲାର ଜଳ ପ୍ରକଳ୍ପ ଟି ଦୀର୍ଘ ଏକ ବର୍ଷ ହେଲା ଅଚଳ ହୋଇ ପଡିଥିଲା। ଉକ୍ତ ପ୍ରକଳ୍ପ କୁ ମରାମତି କରିବାକୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିଲେ। ସୁଚନାମତେ ବାବୁପାଲି ଗ୍ରାମରେ ପ୍ରାୟ ୩୫ଟି ପରିବାର ବସବାସ କରୁଥିବା ବେଳେ ଗ୍ରାମବାସୀ ସମସ୍ତେ ପାନୀୟ ଜଳ ପାଇଁ ନଳକୂପ ଓ ସୋଲାର ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରନ୍ତି । ମାତ୍ର ଗ୍ରାମର ଥିବା ଅଧିକାଂଶ ନଳ କୂପରୁ ଆବଶ୍ୟକ ଠାରୁ କମ୍ ପାଣି ବାହାରୁ ଥିବା ବେଳେ ଆଉ କେତେକ ର ପାଣି ବ୍ୟବହାର ଅନୁପଯୋଗୀ ରହିଛି । ତେଣୁ ଲୋକେ ଏବେ ପାନୀୟ ଜଳ ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସଂପ୍ରତି ସୁବର୍ଣ୍ଣପୁର ଜିଲାରେ ପାଖାପାଖି ୪୫ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଗ୍ରାମର ଜଳାଶୟ ସବୁ ସୁଖିଲା ପଡି ଥିବାରୁ ଗ୍ରାମବାସୀ ସ୍ନାନ ସୌଚ ଠାରୁ ଆରମ୍ଭ କରି ଘରୋଇ ବ୍ୟବହାର ପାଇଁ ଏବେ ହନ୍ତସନ୍ତ ହେଉଛନ୍ତି। ପାଣି ଟୋପାଏ ପାଇଁ ଗୃହପାଳିତ ପଶୁଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡୁଛି। ଦୀର୍ଘ ଏକ ବର୍ଷ ହେଲା ଉକ୍ତ ସୋଲାର ଜଳ ପ୍ରକଳ୍ପ ଟି ଅଚଳ ହୋଇ ପଡିଥିଲେ ମଧ୍ୟ କାହାରି ଦୃଷ୍ଠି ପଡୁନାହିଁ। ପ୍ରକଳ୍ପ ମରାମତି ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନ ଥିଲା। ହେଲେ ଅନଭିଜ୍ଞ ମେକାନିକ ଓ ନିମ୍ନମାନର ଯନ୍ତ୍ରାଂଶ ଯୋଗୁଁ ସଚଳ ପ୍ରକଳ୍ପ ପୁନର୍ବାର ଅଚଳ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ତୁରନ୍ତ ଉକ୍ତ ଗ୍ରାମର ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦୃଢ଼ ଦାବି କରନ୍ତି l