Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ, ଡ୍ରାଇଭରଙ୍କ ଆୟ ଶୁଣି ହେଲେ ଆଚମ୍ବିତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂପ୍ରତି ଆମେରିକା ଗସ୍ତରେ ଅଛନ୍ତି। ନିକଟରେ ସେ ଓ୍ଵାଶିଂଟନରୁ ନ୍ୟୁୟର୍କ ୧୯୦ କିଲୋମିଟରର ଯାତ୍ରା ଏକ ଟ୍ରକରେ କରିଥିଲେ। ଏହି ସମୟରେ ରାହୁଲ ଟ୍ରକ ଡ୍ରାଇଭର ତେଜିନ୍ଦର ଗିଲଙ୍କ ସହ କଥାବାର୍ତ୍ତା ହୋଇଥିଲେ। ରାହୁଲ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଭିଡ଼ିଓ ଟୁଇଟରରେ ସେୟାର କରିଛନ୍ତି। ରାହୁଲ ଟ୍ରକ ଡ୍ରାଇଭରଙ୍କୁ ତାଙ୍କର ଆୟ ବିଷୟରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଡ୍ରାଇଭର ତେଜିନ୍ଦର ଗିଲ୍ ଯେତେବେଳେ ମାସକର ଆୟ ଜଣାଇଲେ ଏହା ଶୁଣି ରାହୁଲ ମଧ୍ୟ ଆଚମ୍ବିତ ହୋଇ ପଡ଼ିଥିଲେ। ରାହୁଲ କହିଛନ୍ତି, ଆମେରିକାର ଏକ ଟ୍ରକ ଭାରତ ଟ୍ରକଠୁ ଅଧିକ ଆରାମଦାୟକ। ଏହା ଡ୍ରାଇଭରଙ୍କ ସୁବିଧାକୁ ଦେଖି ତିଆରି କରାଯାଇଛି।

ଡ୍ରାଇଭର ତେଜିନ୍ଦର ଗିଲ୍ ରାହୁଲଙ୍କୁ କହିଛନ୍ତି ଯେ, ଯଦି ଆପଣ ଆମେରିକାରେ ଡ୍ରାଇଭିଂ କାମ କରିବେ ତେବେ ମାସକୁ ଆରାମରେ ୪-୫ ଲକ୍ଷ ଟଙ୍କା ଆୟ କରିବେ। ଆଉ ଯାହାର ନିଜ ଟ୍ରକ ରହିଛି, ସେ ଆରାମରେ ମାସକୁ ୮-୧୦ ହଜାର ଡଲାର ଆୟ କରୁଛନ୍ତି। ଅର୍ଥାତ ଭାରତ ହିସାବରେ ଟ୍ରକ ମାଲିକ ମାସକକୁ ୮ ଲକ୍ଷ ଟଙ୍କା ଆୟ କରି ପାରିବେ। ତେଜିନ୍ଦରଙ୍କ କଥା ଶୁଣି ରାହୁଲ ଗାନ୍ଧୀ ଆଚମ୍ଵିତ ହୋଇ ପଡ଼ିଥିଲେ। ଗିଲଙ୍କ କହିବା କଥା ଏଠାକାର ଇଣ୍ଡଷ୍ଟ୍ରୀରେ ବହୁତ ପଇସା ଅଛି। ଯେଉଁ ଲୋକଙ୍କ ପାଖରେ ନିବେଶ କରିବା ପାଇଁ ଅର୍ଥ ନାହିଁ ସେମାନଙ୍କ ପାଇଁ ଏହା ହିଁ ଭଲ ବିକଳ୍ପ।

ଟ୍ରକ ଡ୍ରାଇଭର ରାହୁଲଙ୍କୁ ପଚାରିଛନ୍ତି ଯେ, କଣ ଆପଣ ଗୀତ ଶୁଣନ୍ତି ? ଏହା ଉପରେ ରାହୁଲ କହୁଛନ୍ତି ହଁ ଲଗାନ୍ତୁ ଗୀତ। ଟ୍ରକ ଡ୍ରାଇଭର ପଚାରୁଛନ୍ତି ରାହୁଲ ଜୀ ଆମର ଅନୁରୋଧ, ସିଦ୍ଧୁ ମୁସେଓ୍ଵାଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ। ରାହୁଲ କହୁଛନ୍ତି ହଁ ସତ କଥା, ତାଙ୍କ ଗୀତ ଲଗାନ୍ତୁ, ମୁଁ ତାଙ୍କ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ। ଏହା ପରେ ରାହୁଲ ଟ୍ରକ ଡ୍ରାଇଭରଙ୍କ ସହ ଭୋଜନ କରିଥିଲେ ଏବଂ ସେଠାରେ ଉପସ୍ଥିତ ଲୋକେ ରାହୁଲଙ୍କ ସହ ଫଟୋ ଉଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ