Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଢେଙ୍କାନାଳ ଟାଟା ଷ୍ଟିଲରେ ବଡ ଅଘଟଣ; ୧୯ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲରେ ଭୟଙ୍କର ଅଘଟଣ। ଢେଙ୍କାନାଳ କଣ୍ଟାବଣିଆସ୍ଥିତ ଟାଟା ଷ୍ଟିଲରେ ଅଘଟଣ । ଷ୍ଟିମ୍ ପାଇପ ଫାଟିଯାଇଥିବା ସୂଚନା ମିଳିଛି। ଏହି ଅଘଟଣରେ ୧୯ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଷ୍ଟିମ ପାଇପ ଫାଟି ଏଥିରୁ ବାହାରୁଥିବା ଗରମ ପାଣିରେ ପୋଡି ହୋଇ ଶ୍ରମିକ ମାନେ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ କୁହାଯାଉଛି । କିଛି ଗୁରୁତରଙ୍କୁ କଟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥିରୁ କିଛି ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ