Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଥାନାରେ ଥାନାଧିକାରୀ ନୁତନ ଭାବେ ଯୋଗେଶ ପଣ୍ଡା ଙ୍କ ଯୋଗଦାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନାରେ ଆଜି ନୂତନ ଆଇଆଇସି ଭାବରେ ଯୋଗେଶ ପଣ୍ଡା ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ସମ୍ବଲପୁର ଜିଲ୍ଲା ସଦର ଅଇଁଠାପାଲି ଥାନାରେ କାର୍ଯ୍ୟରତ ଥିଲେ । ଉଲୁଣ୍ଡା ଥାନାରେ ଥିବା ଆଇଆଇସି ଅନିତା କିଣ୍ଡୋଙ୍କ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାକୁ ବଦଳି ହେବାପରେ ଆଜି ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦାନ କରିଛନ୍ତି । ତେବେ ଉଲୁଣ୍ଡା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ