Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶା ମିଲେଟ ମିଶନର ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ଠାରେ ଆଜି ଓଡ଼ିଶା ମିଲେଟ ମିଶନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଫପିଓ ସିଇଓ ଜୟବ୍ରତ କର୍ଣ୍ଣ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଡିପିସି ଭବାନୀ ଶଙ୍କର ମେହେର, ଡିପିସି ସୁଜିତ୍ କୁମାର ସାହୁ ଏବିପିସି ବିନୋଦ କୁମାର ବେହେରା ଅତିଥି ଭାବରେ ଯୋଗଦେଇଥିଲେ। ବୈଠକରେ ବ୍ଲକର ସାତଟି ପଞ୍ଚାୟତରେ ମାଣ୍ଡିଆ, ସର୍ଗମ, ପୀୟସ ଚାଷ କରାଯିବା ନେଇ ସୂଚନା ଦେବା ସହ ଚାଷୀ ଚୟନ, ଜମି ଚିହ୍ନଟ ଏବଂ ଚାଷର ପଦ୍ଧତି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ସିଆରପି ଜଗବନ୍ଧୁ ମେଲ୍ଲି , ଶମ୍ଭୁରାଜ କର୍ଣ୍ଣ , ଲକ୍ଷ୍ମୀକାନ୍ତ ଛନ୍ଦ , ଜ୍ଯୋତି ରଞ୍ଜନ ମହାକୁର , ରୋହିତ ମହାଲିଙ୍ଗ, ରିଲୁ ବସ୍ଥିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଏଫପିଓ ସିଆରପି ପ୍ରମୋଦ ପ୍ରଧାନ ଧନ୍ୟବାଦ ଦେଇଥିଲେ।