ପାତାଳୀ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ନୀତି ନିର୍ଦ୍ଧାରଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିରହୋଇଛି। ଆସନ୍ତା ୨୦ତାରିଖ ସକାଳ ୫ ଘ.-ଦ୍ୱାରଫିଟା ୫.୩୦
ଘ.-ସୂର୍ଯ୍ୟ ଅର୍ଘ୍ୟ , ଦ୍ୱାରପାଳ ପୂଜା
୬.୦୦ ଘ -ମଙ୍ଗଳ ଆଳତି
୬.୩୦-ଖେଚୁଡ଼ି ଭୋଗ
୭.୦୦ ଘ.-ବେଶ
୮.୦୦ଘ.-ପୂଜା ନୀତି, ଆଳତି
୮.୩୦ ଘ.-ରଥ ପ୍ରତିଷ୍ଠା
୯.୩୦ ଘ.-ଧାଡ଼ି ପହଣ୍ଡି
ମଧ୍ୟାହ୍ନ ୧୨ ଘ.-ଛେରା ପହରା
ଅପରାହ୍ନ ୧୨.୩୦ ଘ.-ରଥ ଟଣା
ଅପରାହ୍ନ ୪.୦୦ ଘ ସୁଦ୍ଧା ଆଡ଼ପ ମଣ୍ଡପରେ ବିଜେ ପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭିଡ ନିୟନ୍ତ୍ରଣ ପାଇଁ ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବରେ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।