Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁରୋଘାଟ ଗ୍ରାମରେ ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ( ବୁରଘାଟ) ଗ୍ରାମରେ ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ମଙ୍ଗଳବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ଚମ୍ପାପୁର ଗ୍ରାମର ବେଣୁଧର ମେହେର ଙ୍କ ଘରେ ନିର୍ମାଣ ହେଉଥିବା ଜଗନ୍ନାଥଙ୍କ ବିଗ୍ରହ ସଂପୂର୍ଣ୍ଣ ହେବା ପରେ ଉକ୍ତ ଅବସରରେ ଏକ ଆଧ୍ୟାତ୍ମିକ ପରିବେଶରେ ନାମ ସଂର୍କୀନ, ଘଣ୍ଟବାଦ୍ୟ ସହ ଶଙ୍ଖ ହୁଳହୁଳି ଧ୍ୱନିରେ ଜଗନ୍ନାଥଙ୍କ ବିଗ୍ରହ କୁ ଚମ୍ପାପୁର ଠାରୁ ମୁଖ୍ୟ ଛକ, ଟାଙ୍ଗର ସାହି ହନୁମାନ ଛକ ,କେନ୍ଦୁପାଲି ଦେଇ ନିଜ ଗ୍ରାମ ନୂଆଁପାଲିକୁ ଅଣାଯାଇଥିଲା । ଆସନ୍ତା ଶନିବାର ଯଜ୍ଞ ଆରମ୍ଭ ଆୟୋଜନ ହେବା ସହ ରବିବାର ବିଗ୍ରହଙ୍କର ବ୍ରହ୍ମ ସ୍ଥାପନ ଏବଂ ସୋମବାର ନେତ୍ରୋତ୍ସବ ନବ ଯୌବନ ଦର୍ଶନ ଓ ମଙ୍ଗଳବାର ରଥଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ସହ ବହୁ ଜନସାଧାରଣ ସାମିଲ ହୋଇଥିଲେ।