Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରଣଯନ୍ତା ପାଲଟିଛି ବୀରମହାରାପୁର ପୁର୍ ବ୍ଲକ ର ବହୁ ଗ୍ରାମ୍ୟ ରାସ୍ତା ; ପ୍ରତିକାର ଦାବି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ମଠ ଠାରୁ ଜଟେସିଂହା ଛକ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଲୋକ ଯିବା ଆସିବା କରିଥାନ୍ତି। ଫଲରେ ଉକ୍ତ ରାସ୍ତା ବିପଦପୂର୍ଣ୍ଣ ହୋଇଥିବାରୁ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣା ର‌ ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ମରାମତି ପାଇଁ ଅନେକ ଥର ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର କୁ ଅଭିଯୋଗ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଉକ୍ତ ରାସ୍ତା ନିର୍ମାଣ ସମୟରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ l ଗତ ମାସ ମଧ୍ୟରେ ଉକ୍ତ ରାସ୍ତା ଉପରେ ଚାରି ଥର ଦୁର୍ଘଟଣା ଘଟିଥିବା ଦେଖାଯାଇଛି । ସେହିପରି ବାଗବର ଠାରୁ ନୁଆଁଗଡ ରାସ୍ତା ଶୋଚନୀୟ ଥିବାରୁ ସାଇକେଲରେ ଯିବା ପାଇଁ ଅସମ୍ଭବ ହୋଇପଡିଛି। ଛାତ୍ରଛାତ୍ରୀ ମାନେ ଉକ୍ତ ରାସ୍ତା ଦେଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏଥି ସହ କେନ୍ଦୁପାଲି ଠାରୁ ନୁଆଁପାଲି – ବୁରଘାଟ ରାସ୍ତା ଅତି ନିମ୍ନ ମାନର କାମ ଯୋଗୁଁ ମେଟାଲ ଉଠିବା ସହ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ହୋଇଛି।ଉକ୍ତ ରାସ୍ତା ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ ନିକଟସ୍ଥ ମହାନଦୀ କୁ ଗାଧୋଇବାକୁ ଯାଉଥିବା ଦେଖିବାକୁ ମିଳେ l ଉକ୍ତ ରାସ୍ତା ମରାମତି ପାଇଁ ଅନେକ ଥର ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଶୁଣୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ଗ୍ରାମ୍ୟ ରାସ୍ତା ଗୁଡ଼ିକ ଯଥାଶୀଘ୍ର ଯିବା ଆସିବା କରିବା ଉପଯୋଗୀ କରିବାକୁ ସ୍ଥାନୀୟ ପ୍ରଶାସନ ପାଖରେ ସାଧାରନରେ ଦାବି ହୁଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ