Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ହେରଫେର ମାମଲା; ଗିରଫ ହେଲେ ତାମିଲନାଡୁ ଶକ୍ତିମନ୍ତ୍ରୀ, ଡାକ୍ତରୀ ଯାଞ୍ଚ ପାଇଁ ଆଣିବା ବେଳେ କାନ୍ଦିଲେ ମନ୍ତ୍ରୀ ଭି ସିନ୍ଥିଲ ବାଲାଜୀ

ଚେନ୍ନାଇ: ଅର୍ଥ ହେରଫେର ମାମଲାରେ ଗିରଫ ହେଲେ ତାମିଲନାଡୁ ଶକ୍ତିମନ୍ତ୍ରୀ ତଥା ଡିଏମକେ ନେତା ଭି ସିନ୍ଥିଲ ବାଲାଜୀ। ଆଜି ସକାଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ହସ୍ପିଟାଲକୁ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ଏତିକିବେଳେ ବେଳେ ସେ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପଚରାଉଚରା କରିବା ପୂର୍ବରୁ ଇଡି ବାଲାଜୀଙ୍କ ଘରେ ଚଢାଉ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାକୁ ନେଇଥିବା ବେଳେ ଡିଏମକେ ନେତା କାନ୍ଦିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବିରୋଧରେ ସ୍ଲୋଗାନ ଦେଇଥିଲେ।

ବାଲାଜୀଙ୍କ ବିରୋଧରେ ପଇସା ଦିଅ, ଚାକିରି ନିଅ ମାମଲାରେ ଅଭିଯୋଗ ହୋଇଥିଲା। ଏବେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । କିନ୍ତୁ ଇଡି ଏ ବାବଦରେ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ ।  ମଙ୍ଗଳବାର ଇଡି ଶ୍ରୀ ବାଲାଜୀଙ୍କ ବାସଭବନ, ତାମିଲନାଡୁ ସଚିବାଳୟରେ ଥିବା କାର୍ଯ୍ୟାଳୟ ଏବଂ ତାଙ୍କ ଭାଇ ତଥା କରୁର ଜିଲ୍ଲାର ଜଣେ ଘନିଷ୍ଠ ସହଯୋଗୀଙ୍କ ଉପରେ ଚଢାଉ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ