Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଭାରପ୍ରାପ୍ତ ବି ଡି ଓ ପୁରୁଷୋତ୍ତମ ଧାରୁଆ ଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା କୁ ବ୍ଲକ କଳାକାର ସଙ୍ଘ ର ସଭାପତି ରାମକୃଷ୍ଣ ହୋତା ପରିଚାଳନା କରିଥିବାବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁରାଣୀ ମିଶ୍ର, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ମଞ୍ଚାସିନ ଥିଲେ l ବ୍ଲକ ର କଳାକାର ମାନଙ୍କ ମଧ୍ୟରେ ଢୋଲ, ମୃଦଙ୍ଗ, ପାଲା, ଦାସ କାଠିଆ,କୀର୍ତ୍ତନ ଗାୟକ, ଦଣ୍ଡ ନୃତ୍ୟ କଳାକାର ଙ୍କ ସମେତ ଦୁଇ ଶତ ରୁ ଉର୍ଦ୍ଧ୍ବ କଳାକାର ସାମିଲ ହୋଇଥିଲେ l ଶେଷରେ ଉପସ୍ଥିତ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଦେଇ ସମର୍ଦ୍ଧନା ଦିଆଯାଇଥିଲା l