Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବିଜୁ ସାଂସ୍କୁତିକ ସାମ୍ମୁଖ୍ୟ ତରଫରୁ ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବିଜୁ ସଂସ୍କୃତିକ ସାମ୍ମୁଖ୍ୟ ତରଫରୁ ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳନ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଜୟ ମଙ୍ଗଳ ବିଶି ଙ୍କ ସଭାପତି ତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ କଳାକାର ମାନଙ୍କ ପ୍ରତି ଥିବା ଭଲପାଇବା, କଳାକାର ମାନଙ୍କ ପାଇଁ ଭତ୍ତା ର ବ୍ୟବସ୍ଥା ବିଷୟରେ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯୁବ ବିଜେଡି ସଭାପତି ନାରାୟଣ ଲୁହା, ବିଜେଡି ନେତା କିଶୋର ହୋତା, ସତ୍ୟଞ୍ଜୀବ ମିଶ୍ର, ସୁରୁ ନାରାୟଣ ମହାକୁର, ଲକ୍ଷ୍ମୀ ନାରାୟଣ ପୁରୋହିତ, ଲକ୍ଷ୍ମଣ ପଧାନ, କାର୍ତ୍ତିକ ପାତ୍ର ,ତ୍ରିପୁରାରି ମେହେର, ବ୍ଲକ କଳାକାର ସଙ୍ଘ ର ସଭାପତି ରାମକୃଷ୍ଣ ହୋତା,ଦଣ୍ଡ କଳାକାର ସଙ୍ଘ ର ସଭାପତି ପରୀକ୍ଷିତ ପଧାନ, ସମ୍ପାଦକ ଚିନ୍ମୟ ସାହୁ, ରାମେଶ୍ୱର ମହାକୁର, ରମେଶ ଦେହୁରୀ, କୃଷ୍ଣ ଚନ୍ଦ୍ର ମେହେର, ବୈଶାଖୁ, ଉପେନ୍ଦ୍ର ଥାଟି ପ୍ରମୁଖ ମଞ୍ଚାସିନ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମହିଳା ସଂକ୍ରିତ୍ତନ୍ , ଦଣ୍ଡ, ପାଲା, ଢୋଲ, ମୃଦଙ୍ଗ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l