Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ୍ ରେ ଉଲୁଣ୍ଡାର ଦେବାଶିଷ ପୁରୋହିତ ଙ୍କ ସଫଳତା

ବୀରମହାରାଜପୁର : ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଅଂଚଳର ଦେବାଶିଷ ପୁରୋହିତ ଙ୍କୁ ମିଳିଛି ସଫଳତା। ସେ ନିଟ ପରୀକ୍ଷାରେ ସମୁଦାୟ ୭୨୦ ରୁ ୬୩୧ ନମ୍ବର ରଖି ଏହି ସଫଳତା ପାଇଛନ୍ତି। ସର୍ବଭାରତୀୟ ସ୍ତରରେ ସେ ୧୩୩୩୧ ରେଙ୍କ ହାସଲ କରି ଡାକ୍ତରୀ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦେବାଶିଷ ଉଲୁଣ୍ଡା ବ୍ଲକ ଖେମାଲୋଏ ପଞ୍ଚାୟତର ସିନ୍ଦିରିଆବାହାଲ ଗ୍ରାମର ଶିବନାରାୟଣ ପୁରୋହିତ ଓ ସନ୍ତୋଷିନି ପଣ୍ଡା ଙ୍କ ପୁଅ ଅଟନ୍ତି। ତାଙ୍କ ବାପା ଜଣେ ଚାଷୀ ହୋଇଥିବା ଵେଳେ ମାଆ ଜଣେ ଅଙ୍ଗନୱାଡି କର୍ମୀ ଅଟନ୍ତି।ଦେବାଶିଷ ନିଜ ଗ୍ରାମ ସିନ୍ଦିରିଆବାହାଲ ସ୍କୁଲ ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ।ସେ ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ରୁ ଦଶମ ରେ ୯୫ ପ୍ରତିଶତ ନମ୍ବର ରଖି ପାସ କରିଥିବା ବେଳେ ଭୁବନେଶ୍ବର ଆଦ୍ୟାନ୍ତ ଘରୋଇ କଲେଜ ରୁ ଯୁକ୍ତ ଦୁଇ ରେ ୮୭ପ୍ରତିଶତ ନମ୍ବର ରଖି ଉତ୍ତିନ୍ନ ହୋଇ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ସେ ତାଙ୍କର ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି। ଶ୍ରେଣୀ ଶିକ୍ଷା ବ୍ୟତୀତ ଦୈନିକ ୬ରୁ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ତାଙ୍କର ଏହି ସଫଳତା ର ଶ୍ରେୟ ତାଙ୍କ ମାତା ପିତା , ବଡ ଭାଇ ଓ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ଦେଇଛନ୍ତି। କଠିନ ପରିଶ୍ରମ ଓ ଏକାଗ୍ର ମନଯୋଗ ଦ୍ବାରା ସଫଳତା ମିଳିବ ବୋଲି ଉକ୍ତ ପ୍ରଵେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ର ଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଅଂଚଳର ଲୋକଙ୍କ ସେବା କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କୁହନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ