Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ବ୍ଲକ ର ଲୋକ କଳା ଦିବସରେ କଳାକାରଙ୍କ ଦେଖାନାହିଁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ରେ ପାଳିତ ହେଉଥିବା ଲୋକ କଳା ଦିବସରେ କଳାକାରଙ୍କ ଦେଖା ଯାଉନଥିବା ଦେଖାଯାଇଛି l କାର୍ଯ୍ୟକ୍ରମରେ କିଛି କଳାକାର ଗଣ୍ଡlବହାଲଛକ ପର୍ଯ୍ୟନ୍ତ ରାଲି ରେ ଯାଇ ପୁଣି ବ୍ଳକ ପରିସର କୁ ଫେରି ଆସିଥିଲେ l ସରକାରୀ ଯୋଜନା ଅନୁସାରେ ଲୋକ କଳାକୁ ବଞ୍ଚାଇବା ପାଇଁ ଲୋକ କଳା ଦିବସ ପାଳନ କରା ଯାଇଥିଲା l ଏବିଡ଼ିଓ ସୁବ୍ରଂଶୁ ମଲିକ ଓ ବିଏସଏସ ଓ କ୍ଷୀରୋଦ୍ର ଚନ୍ଦ୍ର ରାୟ ଙ୍କ ଉଦ୍ୟମ ରେ ଆୟୋଜିତ ହୋଇଥିବା ଏହି ଦିବସ ରେ ଉଲୁଣ୍ଡା ବ୍ଳକ ର ସମସ୍ତ 17 ଟି ଗ୍ରାମ ପଂଚାୟତ ର କଳାକାର ଭାଗ ନେବା କଥା କିନ୍ତୁ 4/5 ଟି ପଂଚାୟତ ର କଳାକାର କୁ ଛାଡି ଦେଲେ ବାକି ଗ୍ରାମ ପଂଚାୟତ ର କଳାକାର ଆସି ନ ଥିବା ଦେଖା ଯାଇଥିଲା l ଏ ନେଇ ବି ଏସ ଏସ ଓ ଙ୍କୁ ପଚାରି ବାରୁ ଆମକୁ ଦିନେ ଆଗରୁ ଚିଠି ଦେଲେ ଆମେ ଲୋକ କଳା ଆୟୋଜନ କରୁଛୁ ବୋଲି କହିଥିଲେ l ଏବିଡ଼ିଓ ସୁବ୍ରଂଶୁ ମଲିକ କହିବା କଥା ହେଲା ଏବେ ଅମଲା ସଙ୍ଘ ଆନ୍ଦୋଳନ କରୁ ଥିବାରୁ ଆମକୁ ଟଙ୍କା ମିଳି ନାହିଁ ମୁଁ ଓ କିଛି ଜେ ଇ ଟଙ୍କା କିଛି ବାହାର କରି ଏହି କାର୍ଯ୍ୟକ୍ରମ କରୁଛୁ କହିଥିଲେ l ଅନ୍ୟ ପଟେ ବ୍ଲକ ର ସମସ୍ତ୍ କଳାକାର ମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ଠିକ ସମୟରେ ଖବର ନ ଦେବା ଅଭିଯୋଗ ହୁଏ l