Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟପ୍ରଦେଶରେ କାହାର ହେବ ସରକାର, ତାଜା ଓପିନିୟମ ପୋଲରେ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦୁଇ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇ ଯାଇଛି। ଜନତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଆଯାଉଛି। କାହାର ପ୍ରତିଶ୍ରୁତି କେତେ କାମ କରୁଛି ତାହା ନିର୍ବାଚନର ଫଳାଫଳରୁ ଜଣା ପଡ଼ିବ, କିନ୍ତୁ ଏହା ପୂର୍ବରୁ ଆସିଛି ସଦ୍ୟତମ ସର୍ଭେ। ଏଥିରେ ବିଜେପି ଆଗୁଆ ଥିବା ଦେଖିବାକୁ ମିଳିଛି। ସର୍ଭେରେ ୪୬ ହଜାର ଲୋକ ନିଜର ମତାମତ ରଖିଛନ୍ତି।

ଓପିନିୟନ ପୋଲ୍ ଅନୁଯାୟୀ, ରାଜ୍ୟରେ ପୁଣି ଥରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିପାରେ। ବିଜେପିକୁ ୪୫ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ଥିବା ବେଳେ କଂଗ୍ରେସକୁ ୩୯ ପ୍ରତିଶତ ଭୋଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ବିଜେପିକୁ ୧୧୯ରୁ ୧୨୯ ସିଟ୍ ଏବଂ କଂଗ୍ରେସକୁ ୯୪ରୁ ୧୦୪ ସିଟ୍ ମିଳିବାର ସର୍ଭେରେ ଭବିଷ୍ୟତବାଣୀ କରାଯାଇଛି। ଅନ୍ୟ ଖାତାକୁ ୧୬ ପ୍ରତିଶତ ଭୋଟ୍ ସହ ୪-୯ ସିଟ୍ ଯାଇପାରେ।

କିଏ ମୁଖ୍ୟମନ୍ତ୍ରୀ ହିସାବରେ ପ୍ରଥମ ପସନ୍ଦ
ସର୍ଭେରେ ସାମିଲ୍ ଲୋକଙ୍କ ମତରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ହିସାବରେ ପ୍ରଥମ ପସନ୍ଦ। ୩୬ ପ୍ରତିଶତ ଲୋକ ଶିବରାଜଙ୍କୁ ନିଜର ପ୍ରଥମ ପସନ୍ଦ ମାନିଥିବା ବେଳେ ୨୩ ପ୍ରତିଶତ କମଲନାତଙ୍କୁ। ମାତ୍ର ୬ ପ୍ରତିଶତ ଦିଗବିଜୟ ଏବଂ ୧୦ ପ୍ରତିଶତ ଲୋକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

ବଡ଼ ନିର୍ବାଚନୀ ପ୍ରସଙ୍ଗ କଣ
୨୨ ପ୍ରତିଶତ ଲୋକ କହିଛନ୍ତି ଯେ, ରୋଜଗାର ହେଉଛି ସବୁଠୁ ବଡ଼ ନିର୍ବାଚନୀ ପ୍ରସଙ୍ଗ। ୧୬ ପ୍ରତିଶତ ବିକାଶକୁ ସବୁଠୁ ବଡ଼ ପ୍ରସଙ୍ଗ କହିଛନ୍ତି। ୬ ପ୍ରତିଶତ ଆଇନ ଶୃଙ୍ଖଳା ଏବଂ ୧୧ ପ୍ରତିଶତ କୃଷକ ସମସ୍ୟାକୁ ବଡ଼ ପ୍ରସଙ୍ଗ ମାନିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ