କମିବ ଖାଇବା ତେଲ ଦର; ଆମଦାନୀ ଶୁକ୍ଳ କମାଇଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ବସ୍ତି। କମିବ ଖାଇବା ତେଲ ଦର। ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର। ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ତେଲ ଆମଦାନୀ ଶୁକ୍ଲକୁ ୧୨.୫ ପ୍ରତିଶତକୁ କମାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଖାଇବା ତେଲ ଉପରେ ୧୭.୫ ପ୍ରତିଶତ ଥିଲା ଆମଦାନୀ ଶୁଳ୍କ। ତେବେ ସରକାର ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ କରିଛନ୍ତି । ଏ ନେଇ ଅର୍ଥମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। 

ତୈଳ ଦର ଉପରେ ହ୍ରାସ ପାଇଥିବା ଆମଦାନୀ ଶୁଳ୍କ ୨୦୨୪ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ । ଘରୋଇ ବଜାରରେ ଖାଇବା ତୈଳଦର କମାଇବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ବର୍ଷେରୁ ଅଧିକ ସମୟ ହେବ ଦେଶରେ ଖାଇବା ତେଲ ଦର ବୃଦ୍ଧି ପାଇଛି । ତେବେ ଖୁବଶୀଘ୍ର ବଜାରରେ ଖାଇବା ତେଲ ଦର କମିବ ।