Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ପ୍ରସିଦ୍ଧ ଶୈବପୀଠ ଚମ୍ପେଶ୍ବର ପିଠରେ ଭଜନ ସମାରୋହ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଲ ରେ ରଜ ଉପଲକ୍ଷେ ଭଜନ ସମାରୋହ ଆଜି ଅନୁଷ୍ଠିତ ହୋଇଥିଲା l ଶ୍ରୀଶ୍ରୀ ଚମ୍ପେଶ୍ୱର ରଘୁନାଥ ନାଟ୍ୟ ସଂସଦ ର ଆୟୋଜନ କ୍ରମେ ଭୁବନେଶ୍ୱର ର ସିଂତାଂଶୁ ଶେଖର ରାଉତ ଓ ସାଥି ଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଉପକାରାଗାର ଜେଲ ଅଧିକ୍ଷକ ଅଞ୍ଜଳି ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସାହିତ କରିଥିଲେ l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ କିଶୋର ହୋତା ସଂଯୋଜନା କରି ଥିବାବେଳେ କଣ୍ଠ ଶିଳ୍ପୀ ଭାବରେ କାଁହୁ ଚରଣ ଦାସ, ଗଣେଶ ମହାରଣା, ପଦ୍ମଜା ଦାଶ, କାର୍ତ୍ତିକ ଭୁକ୍ତା, ରତନ ବାଘ, ଶ୍ରବଣ ମହାରଣା ପ୍ରମୁଖ କଣ୍ଠଦାନ କରିଥିଲେ ସଙ୍ଘ ର ଉପଦେଷ୍ଟା ରାମକୃଷ୍ଣ ହୋତା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, ସଂଗୀତ କୁ ମିନୀତି ରାଉତ ମଲ୍ଲ ସଂଯୋଜନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ