Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯେଉଁମାନଙ୍କ ନିଜର ଇତିହାସ ନାହିଁ, ସେମାନେ ଇତିହାସ ଲିଭାଇବାକୁ ବାହାରିଛନ୍ତି: ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ନାମ ପରିବର୍ତ୍ତନକୁ ନେଇ ଶୁକ୍ରବାର କେନ୍ଦ୍ର ସରକାର ଉପରେ ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ପ୍ରତିଶୋଧ ପରାୟଣ ହୋଇ କାମ କରୁଥିବାର ଅଭିଯୋଗ କରିଛି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେଉଁମାନଙ୍କ ନିଜର ଇତିହାସ ନାହିଁ ସେମାନେ ଅନ୍ୟର ଇତିହାସକୁ ଲିଭାଇବାକୁ ବାହାରିଛନ୍ତି। ଏହା ବିଜେପି ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(ଆରଏସଏସ)ର ତୁଚ୍ଛ ରାଜନୀତି ଏବଂ ତାନାଶାହୀକୁ ଦର୍ଶାଉଛି। ଏମିତି ପଦକ୍ଷେପରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭାବମୂର୍ତ୍ତିକୁ ମଳିନ କରାଯାଇ ପାରିବ ନାହିଁ।

ଉଲ୍ଲେଖନୀୟ ଦିଲ୍ଲୀର ତିନି ମୂର୍ତ୍ତି ଭବନ ପରିସରରେ ସ୍ଥିତ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ସୋସାଇଟିର ନାମ ବଦଳାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ସୋସାଇଟିର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ସୋସାଇଟି କରାଯାଇଛି। ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ତିନି ମୂର୍ତ୍ତି ଭବନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଥିଲା।

ଖଡ଼ଗେ ଟୁଇଟ୍ କରିଛନ୍ତି, ଯାହାଙ୍କର କୌଣସି ଇତିହାସ ନାହିଁ ସେମାନେ ଇତିହାସ ଲିଭାଇ ଚାଲିଛନ୍ତି। ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ନାମ ବଦଳାଇର କୁତ୍ସିତ ପ୍ରୟାସରେ ଆଧୁନିକ ଭାରତର ଶିଳ୍ପକାର ଏବଂ ଗଣତନ୍ତ୍ରର ନିର୍ଭୀକ ପ୍ରହରୀ ପଣ୍ଡିତ ନେହେରଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରାଯାଇ ପାରିବ ନାହିଁ। ଏଥିରେ କେବଳ ବିଜେପି ଏବଂ ଆରଏସଏସର ତୁଚ୍ଛ ରାଜନୀତିର ପରିଚୟ ମିଳୁଛି।

ଜୟରାମ ରମେଶ ଟୁଇଟ୍ କରିଛନ୍ତି ଯେ, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧର ଅନ୍ୟ ନାମ ହେଉଛି ମୋଦୀ। ୫୯ ବର୍ଷରୁ ଅଧିକ ସମୟ ଧରି ନେହେରୁ ସ୍ମାକର ସଂଗ୍ରହାଳୟ ଏବଂ ପୁସ୍ତକାଳୟ ବୈଶ୍ଵିକ ବୌଦ୍ଧିକ ଐତିହାସିକ ସ୍ଥଳର ଖଜାନା ରହିଛି। ଏବେ ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ସୋସାଇଟି କୁହାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ