Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ବିପର୍ଯ୍ୟୟରେ ଗୁଜରାଟରେ କାହାରି ଜୀବନହାନୀ ଘଟିନି: NDRF ଡିଜି

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ବିପର୍ଯ୍ୟୟରେ ସ୍ଥଳଭାଗ ଛୁଇଁବା ପରେ ଗୁଜରାଟରେ କୌଣସି ଜୀବନହାନୀ ଘଟିନି। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ)ର ମହାନିର୍ଦ୍ଦେଶକ ଅତୁଲ କରଓ୍ଵାଲ। ତେବେ ବାତ୍ୟାଜନିତ ବିଭିନ୍ନ ଘଟଣାରେ ୨୩ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ଅତି କମରେ ହଜାର ଗାଁରେ ବିଜୁଳି ସେବା ବ୍ୟାହତ ହୋଇଛି।

ବାତ୍ୟା ବିପର୍ଯ୍ୟୟ କାରଣରୁ ପ୍ରବଳ ବର୍ଷା ଏବଂ ଦ୍ରୁତ ବେଗରେ ପବନ ବହିବାରୁ କଚ୍ଛ ଏବଂ ସାୌରାଷ୍ଟ୍ରର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୬ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟରେ କଚ୍ଛରେ ଭୀଷଣ ବର୍ଷା ହୋଇଥିଲା। ପବନର ବେଘ ଘଣ୍ଟା ପ୍ରତି 140 କିମି ବେଗରେ ବହିଥିଲା।

ଦିଲ୍ଲୀରେ ଏନଡିଆରଏଫ ମହାନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟା ଗୁଜରାଟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ଭାଗ୍ୟବଶତଃ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାତା ପହଞ୍ଚିବା ପରେ କାହାରି ଜୀବନହାନୀ ଘଟିନି। ୫୦୦ ଚାଳ ଘର କ୍ଷତିଗ୍ରସ୍ତ ହୋଇଛି। ୮୦୦ ଗଛ ଉପୁଡି ପଡିଥିବା ବେଳେ ବିଜୁଳି ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା କରଓ୍ଵାଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ