Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆସନ୍ତା ମାସରେ ବେଙ୍ଗାଲୁରୁରେ ଆରମ୍ଭ ହେବ କଂଗ୍ରେସର ‘ବେହତର ଭାରତ କି ବୁନିୟାଦ’ ଯୁବ ସମ୍ମିଳନୀ, ଲୋକସଭା ନିର୍ବାଚନ ଉପରେ ନଜର

ନୂଆଦିଲ୍ଲୀ: କଂଗ୍ରେସର ଯୁବ ୟୁନିଟ୍ ଆଗାମୀ ଲୋକସଭା ନିର୍ବାଚନରେ ଯୁବ ବର୍ଗଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ‘ବେହତର ଭାରତ କି ବୁନିୟାଦ’ ଯୁବ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କ ଅନୁସାରେ, ଏହା ଏକ ବିଶାଳ ଯୁବ ସମାବେଶ ହେବ ଯେଉଁଥିରେ ହଜାର ହଜାର ଯୁବକ ଭାଗ ନେବେ। ଏହା ସ୍ଵାଧୀନ ଭାରତର ସବୁଠୁ ବଡ଼ ଯୁବ ସମ୍ମିଳନୀ ସାବ୍ୟସ୍ତ ହେବ। ଏହା ବେଙ୍ଗାଲୁରୁରେ ଜୁଲାଇ ୧୦ରୁ ଜୁଲାଇ ୧୨ ମଧ୍ୟରେ ଆୟୋଜିତ ହେବ। ଏଥିରେ ସମଗ୍ର ଦେଶରୁ ୩୦୦୦ରୁ ଅଧିକ ଯୁବ କଂଗ୍ରେସର ପଦାଧିକାରୀ ଯୋଗ ଦେବେ।

ଶ୍ରୀନିବାସ ଦାବି କରିଛନ୍ତି ଯେ, ଦେଶର ଜନତା ମୋଦୀ ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରତିଶ୍ରୁତିରେ ହିନସ୍ତା ହେଲେଣି। ପ୍ରଚାର ମନ୍ତ୍ରୀ ଏବଂ ତାଙ୍କ ପାର୍ଟିର ସମସ୍ତ ନେତା ମସ୍ତ ଅଛନ୍ତି। ଏଥିପାଇଁ ଭାରତୀୟ ଯୁବ କଂଗ୍ରେସ ୨୦୨୪ ପାଇଁ ରାଷ୍ଟ୍ରବ୍ୟାପୀ ଅଭିଯାନ ‘ବେହତର ଭାରତ କି ବୁନିୟାଦ’ ଯୁବ ଅଧିବେଶନ ଆରମ୍ଭ କରିବାକୁ ଯାଉଛି।

ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ କୃଷ୍ଣ ଅଲ୍ଲାବରୁ କହିଛନ୍ତି, ଏହି ସମ୍ମିଳନୀ ଦେଶର ଯୁବ ବର୍ଗଙ୍କ ମନ କି ବାତ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଜରିଆରେ ଆମେ ଦେଶର ଯୁବ ପିଢିଙ୍କ କଥା ଶୁଣିବୁ, ବୁଝିବୁ ଏବଂ ପୁଣି ଉନ୍ନତ ଭାରତର ଭିତ୍ତିଭୂମି ପାଇଁ କାମ କରିବୁ। କଂଗ୍ରେସର ଶୀର୍ଷ ନେତୃତ୍ଵ, ଯୁବ ପ୍ରତିନିଧି ଏବଂ ଅନେକ ବରିଷ୍ଠ ନେତା ଏହି କାର‌୍ୟ୍ୟକ୍ରମରେ ଯୋଗ ଦେବେ ବୋଲି କୃଷ୍ଣା ଅଲ୍ଲାବରୁ କହିଛନ୍ତି।