Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖି ପାସ କରିଥିବା ଦୁଇ ପ୍ରତିଭା ଙ୍କୁ ବିଜେପି ତରଫରୁ ସମ୍ବର୍ଦ୍ଧିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ଭବନ ସଭାଗୃହ ଠାରେ ଶୁକ୍ରବାର ଦିନ ବିଜେପି ଦଳ ତରଫରୁ ମାଟ୍ରିକ ଏବଂ +୨ ପରିକ୍ଷା ସର୍ବାଧିକ ନମ୍ବର ରଖି ପାସ କରିଥିବା ପ୍ରତିଭାଙ୍କୁ ବିଜେପି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାସ ଙ୍କ ଅଧକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଚଳିତ ମାଟ୍ରିକ ପରିକ୍ଷାରେ ବ୍ଲକରେ ସର୍ବାଧିକ ନମ୍ବର ରଖିପାସ କରିଥିବା ଛାତ୍ରୀ ବିଶ୍ବରୂପା ସାହୁ ଏବଂ +୨ କଳାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ କରିଥିବା ଛାତ୍ରୀ ସୈାଭାଗ୍ୟବତି ଥନାପତି ଙ୍କୁ ବିଜେପି ଦଳ ତରଫରୁ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ରଘୁନାଥ ଜଗଦଲା ଓ ବୀରମହାରାଜପୁର ବ୍ଲକ ପୁର୍ବତନ ଅଧକ୍ଷ ସନ୍ତୋଷ କୁମାର ଭୋଇ ଉଭୟ ଛାତ୍ରୀଙ୍କୁ ଉର୍ତ୍ତରିୟ ଉପାଦେୟ ପୁସ୍ତକ ଦେଇ ସମ୍ମାନିତ କରିଥିବା ବେଳେ ପୁର୍ବତନ ବ୍ଲକ ଅଧକ୍ଷ ନିଜସ୍ବ ପାଣ୍ଠି ରୁ ଉଭୟ ଛାତ୍ରୀ ଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ ଏବଂ ଦଳ ତରଫରୁ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ଦଳିୟ କର୍ମି ଯୋଗଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ