Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁପ୍ତଗଙ୍ଗା ବାବାଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡିଲା, ଶେଷରେ ଯୁବକ କୋର୍ଟ ଚାଲାଣ ହେଲେ

ଚିପିଲିମା,୧୭/୦୬ : ସମ୍ବଲପୁର ବୁର୍ଲା ଥାନା ଚିପିଲିମା କାର୍ଡୋଳା ବନ୍ଦପାଲି ସ୍ଥିତ ଗୁପ୍ତଗଙ୍ଗା ଶାନ୍ତି ଆଶ୍ରମ ରେ ମୁଖ୍ୟ ବାବାଙ୍କୁ ମାଡ ମାରିବା ଘଟଣା ଜନୈକ ବ୍ୟକ୍ତିଙ୍କୁ ପାଇଁ ମହଙ୍ଗା ପଡିଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି।ଅପର ପକ୍ଷ୍ୟରେ ମାମଲା ଟି ଯାଇ ଥାନାରେ ପହଞ୍ଚିଛି।ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ, ଧାରା ୩୪୧/୨୯୬/୩୨୩/୫୦୬ ଆଇପିସି ରେ ଜନୈକ ବ୍ୟକ୍ତି ପ୍ରଫୁଲ୍ଲ ସେଟ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ଅନୁଯାୟୀ ଆଶ୍ରମରେ ନିକଟରେ ଏକ ତୋରଣ ନିର୍ମାଣ ପାଇଁ ଶ୍ରମିକମାନେ କାମ କରୁଥିବାବେଳେ, ପ୍ରଫୁଲ୍ଲ ସେଟ ଆସି ବିରୋଧ କରି କାମ ବନ୍ଦ କରିଥିଲେ।ବାବା ଖବର ପାଇ ଆସି କାହିଁକି ତମେ ଆସି କାମକୁ ବନ୍ଦ କରୁଛ ବୋଲି ପ୍ରଫୁଲ୍ଲ କୁ କହିଥିଲେ।ଏଥିରେ ପ୍ରଫୁଲ୍ଲ ଉତ୍ୟକ୍ତ ହୋଇ ବାବାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରି ତୁମ କେନ୍ଦ୍ରାପଡା ପଳାଅ ନହେଲେ ଜୀବନରୁ ମାରିଦେବି କହି ପଳାଇଥିଲେ।ଏନେଇ ଏପରି ଏକ ଘଟଣାକୁ ନେଇ ଜନସାଧାରଣରେ ତୀବ୍ର ନିନ୍ଦା କରାଯାଇଛି।ଏବେ ଅଭିଯୁକ୍ତ ପ୍ରଫୁଲ୍ଲ ର ପରିବାର ଆସି ବାବାଙ୍କ ପାଖରେ ଭୁଲ ମାଗୁଥିବା ମଧ୍ୟ ଖବର ରହିଛି।