Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଲ ହେବ କୂଅକୁ ଡେଇଁ ମରିବାକୁ ପସନ୍ଦ କରିବି…କଂଗ୍ରେସର ଅଫରରେ ଏମିତି ଥିଲା ଗଡ଼କରୀଙ୍କ ଜବାବ

ନାଗପୁର: କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତୀନ ଗଡ଼କରୀ କହିଛନ୍ତି ଥରେ ଜଣେ ରାଜନେତା ତାଙ୍କୁ କଂଗ୍ରେସରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ସେ ଜବାବ ଦେଇଥିଲେ ଯେ, ସେ ଉକ୍ତ ପାର୍ଟିର ସଦସ୍ୟ ହେବା ପରିବର୍ତ୍ତେ ମୁଁ କୂଅକୁ ଡେଇଁ ମରିବାକୁ ପସନ୍ଦ କରିବି। ଗଡ଼କରୀ ଏହା ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗତ ୯ ବର୍ଷରେ କଂଗ୍ରେସର ୬୦ ବର୍ଷର ଶାସନ ତୁଳନାରେ ଦୁଇ ଗୁଣ ଅଧିକ କାମ କରିଛି।

ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ମହାରାଷ୍ଟ୍ରର ଭଣ୍ଡାରାରେ ଏକସଭାକୁ ସମ୍ବୋଧିତ କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି। ଗଡ଼କରୀ ବିଜେପି ପାଇଁ କାମ କରିବାର ନିଜର ପୁରୁଣା ଦିନକୁ ମନେ ପକାଇ ପାର୍ଟିର ଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ। ସେ ଦିବଙ୍ଗତ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକରଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ମନା ପକାଇଛନ୍ତି।

ଗଡ଼କରୀ କହିଛନ୍ତି, ଜିଚକର ଥରେ ମୋତେ କହିଲେ, ଆପଣ ପାର୍ଟିର ଜଣେ ଭଲ କର୍ମକର୍ତ୍ତା ଏବଂ ନେତା। ଯଦି ଆପଣ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ଵଳ ହେବ। ମାତ୍ର ମୁଁ ତାଙ୍କୁ କହିଲି କଂଗ୍ରେସରେ ସାମିଲ୍ ହେବା ପରିବର୍ତ୍ତେ ମୁଁ କୂଅକୁ ଡେଇଁ ମରିବାକୁ ପସନ୍ଦ କରିବି କାରଣ ବିଜେପି ଏବଂ ଏହାର ବିଚାରଧାରାରେ ଦୃଢ ବିଶ୍ଵାସ ରହିଛି। ଏହି ଦଳ ପାଇଁ କାମ ଜାରି ରଖିବି ବୋଲି ଜିଚକରଙ୍କୁ କହିଥିଲି ବୋଲି ଗଡ଼କରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ