Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ୨ ଦିନ ପରେ ପବିତ୍ର ରଥଯାତ୍ରା; ପୁରୀରେ ମୁତୟନ ହେବ ୧୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ପୁରୀ: ଆଉ ମାତ୍ର ୨ଦିନ ପରେ ରଥଯାତ୍ରା। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ବଡଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ। ରଥଯାତ୍ରାକୁ ସୁରୁଖୁରୁରେ ପରିଚାଳା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତ। ଏଥିପାଇଁ ପୁରୀ ସହରରେ ପ୍ରାୟ ୧୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ। ଏହାଦ୍ବାରା ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ତିିନିଠାକୁର ଦର୍ଶନରେ ସହଯୋଗ କରିବ ବୋଲି ପୋଲିସ ପ୍ରଶାସନ ଆଶା ରଖିଛି।

ଭିଡ଼ ଏବଂ ଟ୍ରାଫିକ୍ ପରିଚାଳନା, ରଥ ଟାଣିବା ଏବଂ ଭିଭିଆଇପିକୁ ସୁରକ୍ଷା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାସହିତ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ୨୫୦ଟି ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

“ବଡ ଦାଣ୍ଡରେ ଜନତାଙ୍କୁ ପରିଚାଳନା କରିବା ପାଇଁ ପୃଥକ ଅଧିକାରୀ ଏବଂ ସେମାନଙ୍କ ଟିମ୍ ରହିବେ। ସେହିଭଳି କର୍ଡନ ଡ୍ୟୁଟି ପାଇଁ ପୃଥକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥଯାତ୍ରାର ସୁଗମ ଆଚରଣ ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି” ବୋଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ