Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟୁ ବନେଇଥିଲେ କରିପାରିବେନି ରକ୍ତଦାନ

ନୂଆଦିଲ୍ଲୀ: ଆଜିର ଆଧୁନିକ ଜୀବନଶୈଳୀରେ ନୂଆ ନୂଆ ଆକର୍ଷଣୀୟ ଜିନିଷ ଲୋକଙ୍କୁ ଆକର୍ଷିତ କରୁଛି। ନିଜର ଲୁକ୍‌କୁ ସମସ୍ତଙ୍କଠୁ ଆକର୍ଷଣୀୟ କରିବା ଲାଗି ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରୁଛନ୍ତି। ଟାଟୁ ତିଆରି କରିବା ଏବେ ଏକ ଟ୍ରେଣ୍ଡ ପାଲଟିଯାଇଛି। କିନ୍ତୁ ଡାକ୍ତରମାନଙ୍କ ମତନୁଯାୟୀ ଯେଉଁମାନଙ୍କର ରକ୍ତ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ଟାଟୁ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କିମ୍ବା ରକ୍ତ ସମ୍ବନ୍ଧୀୟ ପରୀକ୍ଷା କରିବା ଉଚିତ୍। ଆଜିକାଲି ପ୍ରତ୍ୟେକ ବୟସର ଲୋକେ ନିଜ ଶରୀରରେ ଟାଟୁ କରୁଛନ୍ତି। କିନ୍ତୁ ଟାଟୁ କରିଥିବା ଲୋକେ ରକ୍ତଦାନ କରି ପାରିବେ କି ନାହିଁ ତାହା ଆପଣ ଜାଣିଛନ୍ତି କି!

ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଟାଟୁ କରିବା ପରେ ରକ୍ତ ଦାନ କରିବା ବିପଜ୍ଜନକ ଅଟେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟାଟୁ ତିଆରି ହୋଇଗଲେ ଆପଣ ଆଉ ରକ୍ତ ଦାନ କରିପାରିବେ ନାହିଁ। କାରଣ ଟାଟୁ କରିବା ଲାଗି ବ୍ୟବହାର ହେଉଥିବା ଛୁଞ୍ଚି ବା ଅନ୍ୟାନ୍ୟ ସାମଗ୍ରୀ ଅନେକଙ୍କଠାରେ ବ୍ୟବହାର କରାଯାଇଥାଏ। ଏହାକୁ ଭଲ ଭାବେ ଜୀବାଣୁମୁକ୍ତ କରାଯାଏ ନାହିଁ ଏବଂ ଟାଟୁର ଛୁଞ୍ଚି ଏବଂ ଇଙ୍କ୍ ରକ୍ତରେ ପ୍ରବେଶ କରେ, ଯେଉଁ କାରଣରୁ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି ପରି ଅନେକ ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିପାରେ। ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର କ୍ରମରେ ସ୍ପଷ୍ଟ କରିଛନ୍ତି ଯେ ଟାଟୁ ବନେଇବା ପରେ ତୁରନ୍ତ ରକ୍ତ ଦାନ କରିବା ବିପଜ୍ଜନକ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ