Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଦିନକ ପରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ; ରଥଯାତ୍ରା ଲାଗି ପୁରୀରେ ହୋଇଛି ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

ପୁରୀ: ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରେ ବିଜେ କରିବେ ତିନିଠାକୁର। ଭକ୍ତଙ୍କ ମେଳରେ ତିନିଠାକୁର ଯିବେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର। ପୁରୀରେ ଏବେଠୁ ମିଲାଣି ଭିଡ। ଉତ୍ସବମୂଖର ଶ୍ରୀକ୍ଷେତ୍ର। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ  କରିବା ପାଇଁ ସହରରେ ପ୍ରାୟ ୧୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହିତ ପୁରୀକୁ ଗଡିବ ୨୫୦ଟି ବସ୍‌। ଭକ୍ତଙ୍କ ଯାତାୟତକୁ କିପରି ସୁରୁଖୁରୁରେ ପରିଚାଳନା କରିହେବ ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। 

ରଥାଯାତ୍ରାରେ  ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ମୋଟ୍ ୨୪ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା ।ପ୍ରତି ସାହିରେ ଜଣେ ସ୍ଥାନୀୟଲୋକ ରହିବେ ଭଲ୍ୟୁଣ୍ଟିଅର । ସାତସାହିବାସୀଙ୍କ ପାଇଁ କୌଣସି କଟକଣା ନଥିବା କହିଛନ୍ତି ଅମିତାଭ ଠାକୁର । ସେହିପରି ଟ୍ରାଫିକ  ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ