Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପରିଚାଳନା ରେ ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟା ଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ର ର ଶୁଭ ଉଦଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି l ଏହି ଧାନ ବିହନ ବିକ୍ରୟ କେନ୍ଦ୍ର ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଟେସିଂହା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ କୃଷକ ତଥା ଜନସାଧାରଣ ସହଜ ଓ ସୁଲଭ ମୂଲ୍ୟରେ ଚାହିଦା ମୁତାବକ ଧାନ ବିହନ ସହ ଅନ୍ୟାନ୍ୟ କୃଷି ଉପଯୋଗୀ ବିହନ ପ୍ରଭୁତି ପାଇ ପାରିବେ l ଏହି ଉଦଘାଟନ ଅବସରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନାରାୟଣ ଲୁହା, ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏସିଏ ବିଥିକା ରାଣୀ ମିଶ୍ର, ବି ଏଲ ସି ରମାକାନ୍ତ ହରିପାଲ ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମିଶନ ଶକ୍ତି କର୍ମକର୍ତ୍ତା, ସ୍ଥାନୀୟ କୃଷକ ଜନସାଧାରଣ ପ୍ରଭୁତି ଉପସ୍ଥିତ ଥିଲେ l