Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇବା ପଛରେ ସ୍କୁଟି ଧକ୍କା,ଜଣେ ଆହତ ଅନ୍ୟ ଜଣେ ଗୁରୁତର,ଉଭୟଙ୍କ ଆଶୁ ଆରୋଗ୍ୟ କାମନା

ଚିପିଲିମା ୧୮/୦୬ ସମ୍ବଲପୁର ବୁର୍ଲା ଥାନା ଗୋଶାଳା ଜାତୀୟ ରାଜପଥରେ ସ୍କୁଟି ହାଇବା ଧକ୍କାରେ ଦୁଇଜଣ ସୁରକ୍ଷା କର୍ମୀ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଆହତ ଓ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଚିପିଲିମା କାର୍ଡୋଳା ଗ୍ରାମର ବଣ୍ଟି ରାଉତ ଓ କାଳିଆ ଡ଼ନସନା ସୁରକ୍ଷା କର୍ମୀ ଭାବରେ ବୁର୍ଲାରେ କାର୍ଯ୍ୟ କରୁଥିବାବେଳେ, ଡିଉଟି ସାରି ଫେରୁଥିଲେ।ଗୋଶାଳା ନିକଟରେ କୌଣସି ପରିସ୍ଥିତି ରେ ଏକ ହାଇବା ପଛରେ ସ୍କୁଟିଟି ଧକ୍କା ହୋଇଥିଲା।ଏଥିରେ କାଳିଆ ଆହତ ହୋଇଥିବାବେଳେ, ବଣ୍ଟି ଗୁରୁତର ଥିବା ଜଣାପଡିଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୁର୍ଲା ମେଡିକାଲ ନିଆଯାଇଥିବାବେଳେ, ଚିକିତ୍ସିତ ଥିବା ଜଣାପଡିଛି।ଦୁର୍ଘଟଣା ଗ୍ରସ୍ତ କାଳିଆ ଓ ବଣ୍ଟି ର ଆଶୁ ଆରୋଗ୍ୟ କାମନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories