ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ତହସିଲ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅବସର ପ୍ରାପ୍ତ ପଟୁଆରୀ ଗୋଦାବରୀ ପୁରୋହିତ ଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ଘରେ ରହିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୀରମହାରାଜପୁର ଡାକ୍ତରଖାନା କୁ ନିଆଯାଇଥିଲା, ଚିକିତ୍ସାଧୀନ ଥିବା ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ୍ୟୁ ଶଯ୍ଯା ନିକଟରେ ରେ ତାଙ୍କର ସାତ ଗୋଟି ପୁଅ ରାଜେନ୍ଦ୍ର ,ପୁରନ୍ଦର, ଦେବେନ୍ଦ୍ର, ରବୀନ୍ଦ୍ର, ପ୍ରମୋଦ, ମନରଞ୍ଜନ ଓ ଶେଷଦେବ, ବୋହୁ,ନାତି ନାତୁଣୀ ଉପସ୍ଥିତ ଥିଲେ l ତାଙ୍କର ପୁଅ ପୁରନ୍ଦର ପୁରୋହିତ ମୁଖାଗ୍ନୀ ଦେଇଥିବା ବେଳେ ଗ୍ରାମରେ ଥିବା ବୁଢ଼ାବନ୍ଧ ନାଳ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ତାଙ୍କର ମୃତ୍ୟୁ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l
ଅବସର ପ୍ରାପ୍ତ ପଟୁଆରୀ ଗୋଦାବରୀ ପୁରୋହିତ ଙ୍କ ପରଲୋକ
