Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୈବିକ ଚାଷ ବିଷମୁକ୍ତ ଉପରେ ଆଲୋଚନା ଚକ୍ର

ବୀରମହାରାଜପୁର : ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଅନ୍ନପୁର୍ଣ୍ଣା ରେସିଡେନ୍ସି ପରିସର ରେ ଜୈବିକ ଚାଷ ବିଷମୁକ୍ତ ଚାଷ ନେଇ ଏକ ଆଳୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଜୈବିକ ଚାଷ ବିଷମୁକ୍ତ ଚାଷ ନେଇ ଉପସ୍ଥିତ ଚାଷି ମାନଙ୍କୁ ସମ୍ବଳ ବ୍ୟକ୍ତି ଭାବେ ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ ତଥା ଆତ୍ମାର କନଭେନର ମକରଧ୍ବଜ ପଟେଲ ଯୋଗଦେଇ ବର୍ତ୍ତମାନ ପରିସ୍ଥିତି ରେ ଚାଷି ଅଧିକ ଅମଳ ଆଶାରେ ମାତ୍ରାଧିକ ରସାୟନିକ ସାର ସହିତ ବ୍ୟାପକ ପରିମାଣ ରେ କିଟନାଶକ ବ୍ୟବହାର କରୁଛି l ଫଳରେ ଅମଲଯୁକ୍ତ ଫସଲ ବ୍ୟବହାର ସମୟରେ ବିଷଯୁକ୍ତ ହୋଇ ବିଭିନ୍ନ ସମୟରେ ଅନେକ ରୋଗର କାରଣ ହେଉଥିବା କହିଥିଲେ l ଯଦି ଚାଷି ରସାୟନିକ ଓ କିଟାନାଶକ ବ୍ୟବହାର ରୁ ଦୁରେଇ ରହି ଜୈବିକ ପଦ୍ଧିତିରେ ଚାଷ କରନ୍ତି ତେବେ ସମ୍ପୁର୍ଣ ବିଷମୁକ୍ତ ଫସଲ ପାଇବା ସହ ଉକ୍ତ ଫସଲକୁ ବ୍ୟବହାର କରି ନିରୋଗ ହୋଇପାରିବା ବୋଲି ଉପସ୍ଥିତ ଚାଷି ଙ୍କ ସହ ଆଲୋଚନା କରିଥିଲେ । ଅନ୍ୟତମ ସମ୍ବଳ ବ୍ୟକ୍ତି ଭାବେ ଏଟିଏମ ମୀନକେତନ ମହାକୁର ଯୋଗଦେଇ ଜୈବିକ ଚାଷ କରିବା ପ୍ରଣାଲି ଏବଂ ଜୈବିକ ଚାଷ ର ଉପାଦେୟତା ବିଷୟରେ ଚାଷି ମାନଙ୍କୁ ସୁଚନା ଦେବା ସହ ଜୈବିକ ପ୍ରଣାଲିରେ ଚାଷ କରିବାକୁ କହିଥିଲେ । ଅଞ୍ଚଳ ରୁ ଶତାଧିକ ଚାଷି ଉକ୍ତ ଆଲୋଚନା ଚକ୍ର ରେ ଉପସ୍ଥିତ ରହି ଥିଲେ । କାର୍ଯ୍ୟକ୍ରମରେ ବିରାମହରାଜପୁର ଅଞ୍ଚଳ ର ଆୟୋଜକ ଚାଷୀ ସୁଶୀଳ କୁମାର ଅମାତ, ଭରଦ୍ବାଜ କର୍ମୀ , ହେମନ୍ତ କୁମାର ମହାକୁର, ସତ୍ୟ ନାରାୟଣ ମେହେର ପ୍ରମୁଖଙ୍କ ସମେତ ଚାଷୀ ବେଣୁଧର ଭୋଇ, କାଳିନ୍ଦୀ ଚରଣ କର୍ଣ୍ଣ, ସହଦେବ ମନ୍ତ୍ରୀ, ଭାଗିରଥି ମାଝୀ , ସୁବ୍ରତ ପାଣିଗ୍ରାହୀ, ସୁରେଶ ମିଶ୍ର, ରୋହିଣୀ ସାହୁ,ସୁଦର୍ଶନ ସାଣ୍ଢ, ନିରାକାର ସାହୁ, ଶିବ ନାଏକ ପ୍ରମୁଖ ଯୋଗଦେଇ ଜୈବିକ ଚାଷ ବିଷୟରେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ