Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ; କାଲି ରଥଯାତ୍ରା

ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ବେଶ। ଭକ୍ତି ଭାବରେ ଉଠୁଛିପଡୁଛି ବଡଦାଣ୍ଡ। ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ଟିକେଟର ଦାମ ରହିଛି ୧୦୦ ଟଙ୍କା। ଏହାପରେ ୯ଟାରୁ ୧୧ଟା ୨ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।  ଆସନ୍ତାକାଲି ପବିତ୍ର ରଥଯାତ୍ରା ।ରଥାରୁଢ ହେବେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ପରଠୁ ଅଣସର ଘରେ ଥିଲେ ତିିିନିଠାକୁର।

ସକାଳ ୧୧ ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ କୌଣସି ଦର୍ଶନ ହେବନାହିଁ। ଭକ୍ତମାନେ ମନ୍ଦିର ଭିତର ବୁଲାବୁଲି କରିପାରିବେ ଏବଂ ପାର୍ଶ୍ୱ ଦେବତାମାନଙ୍କର ଦର୍ଶନ ପାଇପାରିବେ।

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଏହାସହିତ ପୁରୀକୁ ୨୫୦ଟି ବସର ବ୍ୟବସ୍ଥା କରାଯାଇଛି। ଏହାସହିତ ସହିତ ରଥଯାତ୍ରାରେ ୧୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ