Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୩ ବର୍ଷରେ ପଦାର୍ପଣ କଲେ ରାହୁଲ ଗାନ୍ଧୀ, ଛୁଟୁଛି ଶୁଭେଚ୍ଛାର ସୂଅ, ଖଡ଼ଗେ କହିଲ- ଆପଣ ସତ କହିବା ଜାରି ରଖନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁନ ୧୯ ଅର୍ଥାତ ଆଜି ନିଜର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ରାହୁଲଙ୍କ ଜନ୍ମଦିନରେ ଅନେକ ବରିଷ୍ଠ ନେତା ଏବଂ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଦିଲ୍ଲୀରେ ଏଆଇସିସି ମୁଖ୍ୟାଳୟ ବାହାରେ ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ପୋଷ୍ଟର ଲଗାଯାଇଛି। ଏହି ଅବସରରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟୁଇଟ୍ କରି ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆପଣଙ୍କ ଅତୁଟ ପ୍ରତିବଦ୍ଧତା ଏବଂ ଜଟିଳ ପରିସ୍ଥିତିରେ ଆପଣଙ୍କ ଅଦ୍ୟମ ସାହାସ ପ୍ରଶଂସନୀୟ। ଆପଣ ଦୟା ଏବଂ ସଦ୍ଭାବର ସନ୍ଦେଶ ପ୍ରସାର କରି କ୍ଷମତା ପାଇଁ ସତ୍ୟ କହିବା ଜାରି ରଖିଛନ୍ତି ଏବଂ ଲକ୍ଷାଧିକ ଭାରତୀୟଙ୍କ ସ୍ଵର ପାଲଟିଛନ୍ତି।

ଦଳର ନେତା ରଣଦୀପ ସୁରଜେଓ୍ଵାଲା ଟୁଇଟ୍ କରି ଲେଖିଛନ୍ତି, ନିର୍ଭୀକ ଏବଂ ସାହାସର ସହ ଜନତାଙ୍କ ସ୍ଵର ପାଲଟିଥିବା, ପ୍ରତି ବର୍ଗ-ଜାତି ଏବଂ ସମୂହକୁ ଏକାଠି ନେଇ ଚାଲୁଥିବା, ପ୍ରତିଟି ସ୍ଥିତିରେ ସତ୍ୟ ଏବଂ ଅହିଂସା ମାର୍ଗରେ ଚାଲୁଥିବା ଆମର ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ପାର୍ଟିର ବରିଷ୍ଠ ନେତା ତଥା ସାଧାରଣ ସଂପାଦକ କେସି ବେଣୁଗୋପାଳ ଟୁଇଟ୍ କରିଛନ୍ତି, ରାହୁଲ ଗାନ୍ଧୀ ବର୍ତ୍ତମାନ ସମୟରେ ଏକ ପ୍ରକାଶସ୍ତମ୍ଭ, ଯିଏ ଏକ ବିକଶିତ, ସୁରକ୍ଷିତ ଏବଂ ଶାନ୍ତିପ୍ରିୟ ଭାରତର ସ୍ଵପ୍ନ ଦେଖୁଛନ୍ତି। ତାଙ୍କର ନିଃସ୍ଵାର୍ଥ ସଂଘର୍ଷ, ସମାବେଶି ପ୍ରତି ତାଙ୍କର ପ୍ରତିବଦ୍ଧତା, ପ୍ରଗତିଶୀଳ ବିଚାର, ଗରିବ-ଦଳିତ ପ୍ରତି ତାଙ୍କର ସମର୍ପଣକୁ ସଲାମ। ଆମ ସମୟରେ ଦୂରଦର୍ଶୀ ରାହୁଲ ଜୀଙ୍କ ଜନ୍ମଦିନର ଶୁଭେଚ୍ଛା।

ସୂଚନାଯୋଗ୍ୟ, ୧୯୭୦ ମସିହା ଜୁନ ୧୯ ତାରିଖରେ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ରାହୁଲ କେରଳର ଓ୍ଵାଏନାଡ଼ ସାଂସଦ ଥିଲେ। ସେ ୨୦୦୪ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ଆମେଠିରୁ ନିର୍ବାଚନ ଲଢିଥିଲେ। ୨୦୧୯ ନିର୍ବାଚନରେ ଆମେଠିରୁ ସେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠୁ ପରାସ୍ତ ହୋଇଥିଲେ। ଆମେଠି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ରହିଥିଲା। ଏଠାରୁ ରାହୁଲଙ୍କ ପିତା ରାଜୀବ ଗାନ୍ଧୀ ମଧ୍ୟ ଲୋକସଭା ନିର୍ବାଚନ ଲଢି ଜିତିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ