Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ପାଳିତ

ଚିପିଲିମା: ସମ୍ବଲପୁର ଚିପିଲିମା ଗାୟତ୍ରୀ ମନ୍ଦିର ରେ ଜଗନ୍ନାଥଙ୍କ ନେତ୍ର ଉତ୍ସବ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ପଣ୍ଡିତ ବୈରାଗିଚାରଣ ଆଚାର୍ଯ୍ୟ ସମସ୍ତ ପୂଜାକାର୍ଯ୍ୟ ପରିଚାଳନା କରିଥିବାବେଳେ,ଅରୁଣ ମିଶ୍ର, ସାହିଲ ଦାସ ସହଯୋଗ କରିଥିଲେ।ମନ୍ଦିର ପରିସରରେ ଗାୟକ ସଂଜୀବ ବିଶି ଓ ତାଙ୍କ ଦଳ ସଂକୀର୍ତନ୍ୟ ପରିବେଷଣ କରିଥିଲେ।ବରିଷ୍ଠ ସମାଜସେବୀ ରାଧାକାନ୍ତ ଦାସଙ୍କ ତତ୍ୱବାଧାନରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିବାବେଳେ,ମନୋଜ ଦାସ, ପଞ୍ଚାନନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଉପସ୍ଥିତ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ହୋଇଥିଲା।ସେହିପରି କର୍ଡୋଳା,ବନ୍ଦପାଲି, ଚିପିଲିମା,ଭଳିଆପାଲି, କୁଦ ମହଦା, ସାହାଜବାହାଲ, ବସନ୍ତପୁର, ଗୋଶାଳା, କଲାମାଟି ରେ ମଧ୍ୟ ମହାପ୍ରଭୁଙ୍କ ନେତ୍ର ଉତ୍ସବ ପାଳିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories