Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଷର ୮୦ ବର୍ଷ ବସୟରେ ବି ଯୌବନ ଥାଏ, ଚତୁର୍ଥ ବିବାହ କରିବାର ଅଧିକାର ରହିଛି: ମୌଲାନା ମଦନୀ

ନୂଆଦିଲ୍ଲୀ: ଜମିୟତ ଉଲେମା ଏ ହିନ୍ଦର ଅଧ୍ୟକ୍ଷ ମୌଲାନା ଅରଶଦ ମଦନୀ କହିଛନ୍ତି ପୁରୁଷର ୮୦ ବର୍ଷ ବୟସରେ ବି ଯୌବନ ରହିଥାଏ। ଏଥିପାଇଁ ପୁରୁଷ ୩-୪ ଥର ବିବାହ କରି ପାରିବ। ମଦନୀ ବହୁ ବିବାହକୁ ଉଚିତ୍ ଦର୍ଶାଇ ଦାବି କରିଛନ୍ତି ଯେ, ଇସଲାମ ଅନୁସାରେ ପୁରୁଷ ୩-୪ ଥର ବିବାହ କରି ପାରିବ। ତାଙ୍କ ମତରେ ନାରୀ ୪୦-୫୦ ବୟସରେ ବୁଢି ହୋଇ ଯାଆନ୍ତି। କିନ୍ତୁ ପୁରୁଷର ୮୦ ବର୍ଷ ବସୟରେ ବି ଯୌବନ ରହିଥାଏ। ଯେବେ ଦେଶରେ ସମାନ ନାଗରିକ ସଂହିତା ଉପରେ ବିତର୍କ ଚାଲିଛି ସେହି ସମୟରେ ମୌଲାନା ମଦନୀଙ୍କ ଏମିତି ବୟାନ ବିବାଦ ସୃଷ୍ଟି କରିପାରେ। ଅନ୍ୟପଟେ ଦେଶରେ ବହୁ ବିବାହ ପରି ସାମାଜିକ କୁପ୍ରଥା ଉପରେ ରୋକ୍ ଲଗାଇବାକୁ ଦାବି କରାଯାଉଛି।

ମଦନୀଙ୍କ ବୟାନକୁ ସମାଲୋଚନା କରି ବିଶ୍ଵ ହିନ୍ଦୁ ପରିଷଦର ସାଧାରଣ ସଂପାଦକ ମିଲିନ୍ଦ ପରାଣ୍ଡେ କହିଛନ୍ତି ଏହି ଚିନ୍ତାଧାରାର ପ୍ରଭାବ ଯୋଗୁଁ ମହିଳାଙ୍କୁ ଭୋଗ ଏବଂ ବସ୍ତୁ ଦୃଷ୍ଟିରେ ଦେଖା ଯାଉଛି। ସେମାନଙ୍କ ସହ ଭେଦଭାବ କରାଯାଉଛି। ଏଥିପାଇଁ ମଦନୀଙ୍କ ଟିପ୍ପଣୀରେ ଆଶ୍ଚର‌୍ୟ୍ୟ କରିବାର କୌଣସି କଥା ନାହିଁ। ଏହା ପୂର୍ବରୁ ମଧ୍ୟ ମୌଲାନା ମଦନୀ ଅନେକ ଥର କହି ସାରିଛନ୍ତି ଯେ, ଇସଲାମ ଅନୁସାରେ ନିଜର ଆବଶ୍ୟକତା ପୂରଣ କର। ତେଣୁ ପୁରୁଷ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ବିବାହ କରି ପାରିବ।

ଇସଲାମ ଏହାର ଅନୁମତି ପ୍ରଦାନ କରୁଛି। ସମାନ ନାଗରିକ ସଂହିତା ଉପରେ ମଦନୀ କହିଛନ୍ତି ଯେ, ଏହା ଆମେ ଗ୍ରହଣ କରି ପାରିବୁ ନାହିଁ। ୧୩୦୦ ବର୍ଷରୁ ମୁସଲିମ ଏହି ଦେଶରେ ରହି ଆସୁଛନ୍ତି। ଏମିତି ମାମଲା କେବେ ଘଟିନାହିଁ ଯେ ସମାନ ନାଗରିକ ପ୍ରସଙ୍ଗ ଉଠୁଛି। ଏଥିସହ ସେ କହିଛନ୍ତି ଯେ, ଆମେ ସମାନ ନାଗରିକ ସଂହିତା ବିରୋଧରେ ସଡ଼କକୁ ଓହ୍ଲାଇବୁ ନାହିଁ ମାତ୍ର ବିଧି ଆୟୋଗ ସମ୍ମୁଖରେ ନିଜର କଥା ନିଶ୍ଚୟ ରଖିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ