Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‌କଣ୍ଠଶିଳ୍ପୀ ସୌରିନିଙ୍କୁ ଖୋଜିବା ପାଇଁ କୋଲକାତା ଯିବ କମିଶନରେଟ ପୋଲିସ

ଭୁବନେଶ୍ବର: ବଲିଉଡ୍‌ ଗାୟକ ସୌରିନି ଭଟ୍ଟଙ୍କ ନାଁରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଉକ୍ତ ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନା ଓ ପରେ ମହିଳା ଥାନାରେ ମାମଲା ରୁଜୁ କରିଥିଲେ। ତେବେ ସୌରିନିଙ୍କ ନାଁରେ ଅଭିଯୋଗ ଆସିବା ପରଠୁ ସୌରିନିଙ୍କ ଖୋଜଖବର ନାହିଁ। ସୌରିନିଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କ ସିଡିଏସ୍ଥିତ ବାସଭବନ ବନ୍ଦ ରହିଛି। ଯାହା ଫଳରେ ପୋଲିସକୁ ସତ ପଦାକୁ ଆଣିବାରେ ସମସ୍ୟା ହେଉଥିବା ଜଣାପଡ଼ିଛି।

ତେବେ ସୂଚନା ମୁତାବକ ଏହି ମାମଲାର ତଦନ୍ତ ଲାଗି କୋଲକାତା ଯିବ କମିଶନରେଟ ପୋଲିସ । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ପଚରାଉଚରା ପାଇଁ କୋଲକାତା ଯିବ ପୋଲିସ । ଏଥିପାଇଁ ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଯେଉଁଥିରେ ମହିଳା ପୋଲିସ ମଧ୍ୟ ରହିଛନ୍ତି ।କଟକ ସିଡିଏରେ ଯେଉଁ ଘରେ ସୌରିନ ରହୁଥିଲେ ସେହି ଘର ମଧ୍ୟ ବନ୍ଦ ରହିଛି । ଯେଉଁଥିପାଇଁ ଘର ମାଲିକଙ୍କୁ ପୋଲିସ ନୋଟିସ୍ ମଧ୍ୟ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ