Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ; ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା

ପୁରୀ: ଆଜି ବିଶ୍ବ ନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆରମ୍ଭ ହେଲାଣି ପହଣ୍ଡିବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିବିଜେ ନୀତି ସମ୍ପନ୍ନ ହୋଇଛି। ଏହାପରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା । ଏହାପରେ ରତ୍ନବେଦୀରୁ ଓହ୍ଲାଇ ରଥାରୁଢ ହେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେବାୟତ ଓ ଭକ୍ତଙ୍କ ଗହଣରେ ଝୁଲି ଝୁଲି ଆସିବେ କାଳିଆ ଠାକୁର। ହସି ହସି ଭକ୍ତଙ୍କୁ ଦେବେ ଦିବ୍ୟ ଦର୍ଶନ।

ଭାଇ ଭଉଣୀଙ୍କୁ ଘେନି ରଥରେ ବସି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କଳା ସାଆନ୍ତ। ଏହାପରେ ୯ ଦିନ ପରେ ପୁଣି ଭାଇ ଭଉଣୀଙ୍କ ସହ ଶ୍ରୀନରଅକୁ ଫେରିବେ ମହାପ୍ରଭୁ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ତିିନିଠାକୁରଙ୍କ ଆରମ୍ଭ ହୋଇଛି ପହଣ୍ଡିବିଜେ ନୀତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ