Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ; ରଥରେ ବିରାଜିବେ କଳା ସାଆନ୍ତ

ପୁରୀ: ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି । କି ମନୋରମ ଦୃଶ୍ୟ ସେ। ଭକ୍ତଙ୍କ ମେଳିରେ ଝୁଲି ଝୁଲି ଆସୁଛନ୍ତି କଳା ସାଆନ୍ତ। ଦିବ୍ୟ ଟାହିଆରେ ସୁଶୋଭିତ ହୋଇ କି ସୁନ୍ଦର ଲାଗୁଛନ୍ତି ମହାପ୍ରଭୁ। ଘଣ୍ଟ ଶଙ୍ଖ ଧ୍ବନିରେ ଦୁଲୁକୁଛି ଶ୍ରୀକ୍ଷେତ୍ର। ହରିବୋଲ, ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପୁଛି । ଭକ୍ତଙ୍କୁ ଟିକେ ଦେଖିବେ ବୋଲି ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତ ମହାପ୍ରଭୁ। ନନ୍ଦିଘୋଷ ରଥରେ ବି‌ଜେ କରିବେ ପ୍ରଭୁ ଶ୍ରୀ ଜଗନ୍ନାଥ ।

ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ କାହିଁ କେବେଠୁ ଅପେକ୍ଷା କରି ରହିଛନ୍ତି ଭକ୍ତ। ଟାହିଆ ହଲେଇ ଝୁୁଲି ଝୁଲି ଆସୁଥିବା କଳା ଶ୍ରୀମୁଖକୁ ଦେଖି ବିଭୋର ହୋଇପଡୁଛନ୍ତି ଶ୍ରଦ୍ଧାଳୁ। ଏହାପୂର୍ବରୁ ବଡଭାଇ ବଳଭଦ୍ର ଓ ମା ସୁଭଦ୍ରାଙ୍କ ପହଣ୍ଡି ‌ବିଜେ ନୀତି ସରିଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ପ୍ରଭୁ ବଳଦେବ ଓ ପରେ ପରେ ଦେବୀ ସୁଭଦ୍ରା ପହଣ୍ଡିରେ ବାହାରିଥିଲେ। ଶେଷରେ ରଥରେ ବିଜେ କରିବା ଲାଗି ପହଣ୍ଡିରେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ରହିଛି ଅଦମ୍ୟ ଉତ୍ସାହ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ