Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ତିିନିଠାକୁରଙ୍କ ପହଣ୍ଡି ବିଜେ

ପୁରୀ: ସରିଲା ତିିନିଠାକୁରଙ୍କ ପହଣ୍ଡି ବିଜେ ନୀତି। ରଥ ଉପରେ ବିଜେ କରିଛନ୍ତି ମହାପ୍ରଭୁ। ଘଣ୍ଟଘଣ୍ଟା ଧ୍ୱନିରେ କମ୍ପୁଛି ଚାରିଦିଗ। ତିନିଠାକୁର ଏବେ ତିନି ରଥରେ ବିରାଜମାନ ।

ଏହି ଭବ୍ୟ ଦୃଶ୍ୟକୁ ଦେଖିବା ପାଇଁ ଆବେଗର ସହ ଅପେକ୍ଷା କରି ରହିଥିଲେ ଭକ୍ତ। ଏହାପରେ ରଥ ଛେରା ପହରା କରିବେ ଗଜପତି ମହାରାଜା। ଆଉ ତା’ ପରେ ତିନିଠାକୁର ବାହାରିବେ ଗୁଣ୍ଡିଚା ଘର। ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଭକ୍ତିଭାବରେ ଭିଜୁଛି ବଡଦାଣ୍ଡ। ଖରାକୁ ନାହିଁ ଖାତିର। ହରିବୋଲ, ହୁଳହୁଳିରେ ବଡଦାଣ୍ଡ ପ୍ରକମ୍ପିତ ହେଉଛି।

ସିଂହଦ୍ୱାରରେ ତିନିରଥରେ ବସି ତିନଠାକୁର ଅପେକ୍ଷା କରିଛନ୍ତି କେତେବେଳେ ରଥ ଗଡିବ । ଭକ୍ତ ବି ଆକୁଳବେଗରେ ଚାହିଁ ରହିଛନ୍ତି କେତେବେଳେ ଟଣା ହେବ ମହାପ୍ରଭୁଙ୍କ ରଥ। ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ