Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିତ ଜାତିସଂଘକୁ ଚିଠି ଲେଖିଲେ ସଞ୍ଜୟ ରାଉତ, କହିଲେ- ଜୁନ ୨୦ରେ ପାଳନ କରାଯାଉ ଗଦ୍ଦାର ଦିବସ

ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ମିଳିତ ଜାତିସଂଘକୁ ଚିଠି ଲେଖି ଏକ ଅଜବ ଦାବି କରିଛନ୍ତି। ସେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ବିଦ୍ରୋହକୁ ମନେ ପକାଇ ଜୁନ ୨୦ ତାରିଖୁ ‘ବିଶ୍ଵ ଗଦ୍ଦାର ଦିବସ’ ଭାବେ ପାଳନ କରିବାକୁ କହିଛନ୍ତି। ଗତ ବର୍ଷ ଏକନାଥ ସିନ୍ଦେ ଏବଂ ତାଙ୍କର ୪୦ ସମର୍ଥକ ବିଧାୟକ ଜୁନ ୨୦ରେ ଶିବସେନାରେ ବିଦ୍ରୋହ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପାର୍ଟି ଉପରେ ମଧ୍ୟ ନିଜ ଦାବି ଜାହିର କରିଥିଲେ। ଲମ୍ବା ଆଇନଗତ ଲଢେଇ ପରେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଦେବା ସହ ପୁରୁଣା ନିର୍ବାଚନୀ ଚିହ୍ନ ଧନୁ ତୀର ପ୍ରଦାନ କରିଥିଲେ।

ଏହା ସହିତ ଦୁଇଟି ଶିବସେନା ଅସ୍ଥିତ୍ଵକୁ ଚାଲି ଆସିଥିଲା। ଏଥିରୁ ଗୋଟିଏ ନେତୃତ୍ଵ ଉଦ୍ଧବ ଠାକରେଙ୍କ ନିକଟରେ ଏବଂ ଅନ୍ୟଟିର ନେତୃତ୍ଵ ଏକନାଥ ସିନ୍ଦେଙ୍କ ନେଉଛନ୍ତି। ଶିବସେନାର ସ୍ଥାପନା ବାଲାସାହେବ ଠାକରେ ୧୯୬୬ ମସିହାରେ କରିଥିଲେ, ଯାହାର ବିଭାଜନ ୫୬ ବର୍ଷ ପରେ ହୋଇଥିଲା। ଆଉ ପ୍ରଥମ ଥର ଶିବସେନା ଦୁଇ ଫାଳ ହୋଇଥିଲା। ଏହା ପୂର୍ବରୁ ଛଗନ ଭୁଜବଳ, ନାରାୟଣ ରାଣେ ଏବଂ ରାଜ ଠାକରେ ପାର୍ଟିରୁ ଅଲଗା ହୋଇଥିଲେ ହେଁ ଶିବସେନାର ବିଭାଜନ ହୋଇ ନ ଥିଲା। ଏ ବିଭାଜନକୁ ନେଇ ଆଜି ପର‌୍ୟ୍ୟନ୍ତ ଉଦ୍ଧବ ଠାକରେ ଏବଂ ତାଙ୍କର ସମର୍ଥକ ଏକନାଥ ସିନ୍ଦେ ଗୋଷ୍ଠୀକୁ ଗଦ୍ଦାର କହି ଆସିଛନ୍ତି।

ଏହାକୁ ନେଇ ସଞ୍ଜୟ ରାଉତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ନାମରେ ଚିଠି ଲେଖିଛନ୍ତି। ସେ କହିଛନ୍ତି, ମୁଁ ଭାରତର ଉଚ୍ଚସଦନର ଜଣେ ସଦସ୍ୟ ଏବଂ ଶିବସେନା ଉଦ୍ଧବ ଠାକରେଙ୍କ ନେତା ଭାବେ ଏହି ପ୍ରସ୍ତାବ ଦେବାକୁ ଚାହୁଁଛି ଯେ, ଜୁନ ୨୦ ତାରିଖୁ ବିଶ୍ଵ ଗଦ୍ଦାର ଦିବସ ଭାବେ ପାଳନ କରାଯାଉ। ଜୁନ ୨୦ରେ ୪୦ ବିଧାୟକ ବିଜେପିର କହିବାନୁସାରେ ଶିବସେନାରେ ବିଦ୍ରୋହ କରିଥିଲେ। କୁହାଯାଏ ଏହି ସବୁ ବିଦ୍ରୋହୀ ବିଧାୟକ ୫୦-୫୦ କୋଟି ଟଙ୍କା ନେଇଥିଲେ। ମହାବିକାଶ ଅଘାଡି ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା ବୋଲି ସଞ୍ଜୟ ରାଉତ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ