Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତରେ ନିର୍ମିତ ୭ ସିରପକୁ ବ୍ଲାକଲିଷ୍ଟ କଲା WHO, ଅନେକ ଦେଶରେ ପାଲଟିଛି ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଭାରତରେ ନିର୍ମିତ ୭ ସିରପକୁ ବ୍ଲାକଲିଷ୍ଟ କଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ)। ଆଜି ସମଗ୍ର ଦୁନିଆରେ ୩୦୦ରୁ ଅଧିକ ମୃତ୍ୟୁ କାରଣ ପାଲଟିଥିବା ନିମ୍ନମାନର ଔଷଧ ଏବଂ ସିରପର ଯାଞ୍ଚ ପାଇଁ ଭାରତରେ ପ୍ରସ୍ତୁତ ୭ ସିରପକୁ କଳା ତାଲିକାଭୁକ୍ତ କରାଯାଇଛି। ହୁ ଅନୁଯାୟୀ, ଅନେକ ଦେଶରେ ମୃତ୍ୟୁର କାରଣ ଏହି ଔଷଧ କାରଣରୁ ହୋଇଛି।

ହୁର ମୁଖପାତ୍ର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆର ଫାର୍ମାସ୍ୟୁଟିକଲ୍ସ ଦ୍ଵାରା ପ୍ରସ୍ତୁତ ୨୦ ସିରପର ଯାଞ୍ଚ କରାଯିବ। ଏହି ଔଷଧରେ ବିଭିନ୍ନ ଫାର୍ମାସ୍ୟୁଟିକଲ୍ସ ଦ୍ଵାରା ପ୍ରସ୍ତୁତ କଫ ସିରପ ଏବଂ ଭିଟାମିନ ସାମିଲ୍। ଉଲ୍ଲେଖନୀୟ ଉଜବେକିସ୍ତାନ, ଗାମ୍ବିଆ ଏବଂ ନାଇଜେରିଆ ସହିତ କିଛି ଦେଶଗୁଡ଼ିକରେ ନିକଟରେ ଘଟିଥିବା ମୃତ୍ୟୁର କାରଣ ଭାରତରେ ନିର୍ମିତ ଔଷଧ ବୋଲି କୁହାଯାଉଛି।

ହୁ ଭାରତରେ ପ୍ରସ୍ତୁତ ଏହି କଫ ସିରପ ଉପରେ ଆଲର୍ଟ ଜାରି କରିଛି, ଯାହା ଗାମ୍ବିଆ ଏବଂ ଉଜବେକିସ୍ତାନ ପରି ଦେଶରେ ମୃତ୍ୟୁ ସହ ଜଡ଼ିତ ଅଛି। ସମଗ୍ର ଦୁନିଆରେ ନିମ୍ନମାନର ଔଷଧ ଏବଂ ସିରପ ଯୋଗୁଁ ପ୍ରାୟ ୩୦୦ ଲୋକଙ୍କ ପ୍ରାଣହାନୀ ଘଟିଥିଲା।

ସୂଚନାଯୋଗ୍ୟ, ଭାରତର ଡ୍ରଗ କଣ୍ଟ୍ରୋଲର ନୋଏଡାର ମାରିୟନ ବାୟୋଟିକ, ହରିୟାଣା ସ୍ଥିତ ମେଡେନ ଫାର୍ମାସ୍ୟୁଟିକଲ୍ସ, ଚେନ୍ନାଇ ସ୍ଥିତ ଗ୍ଲୋବାଲ ଫାର୍ମ ଏବଂ ପଞ୍ଜାବର କ୍ୟୁପି ଫାର୍ମାକେମ ସହିତ ନିର୍ମାତାଙ୍କ ଉପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ଅନିୟମିତତା ମିଳିବା ପରେ ଏହାର ସଞ୍ଚାଳନ ଉପରେ ରୋକ୍ ଲଗାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ