Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ବଡ଼ଦାଣ୍ଡରେ ଗଡିଲା ବିଜୟଙ୍କ ଦ୍ବାରା କାଗଜରେ ନିର୍ମିତ ତିନିରଥ।ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ପ୍ରଶଂସା ।

ଗୋପାଳପୁର,୧୯/୦୬, ଡୁରା ନିବାସୀ ତଥା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ଇଞ୍ଜିନିୟରିଂ ଛାତ୍ର କେ ବିଜୟ କୁମାର ରେଡ୍ଡୀ ଙ୍କ ପକ୍ଷରୁ କାଗଜରେ ଅତି ସୁକ୍ଷ୍ମ କାରିଗରୀ ରେ ନିର୍ମିତ ତିନି ରଥକୁ ଆଜି ପୁରୀ ବଡ଼ଦାଣ୍ଡରେ ଗଡାଇଥିଲେ।ଏହା ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ରାଉତ ଙ୍କ ସମେତ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ପ୍ରଶଂସିତ କରିବା ସହ ନିଜେ ଶ୍ରୀ ପାତ୍ର ଏହି କଳାକୃତି କୁ ବିଜୟ ଙ୍କ କିଛି ଟଙ୍କା ଦେଇ କିଣି ନେଇଥିଲେ। ବିଜୟ ଏହି କଳାକୃତି କୁ କାଗଜ ରେ ତିନିଦିନ ଅକ୍ଳାନ୍ତ ପରିଶ୍ରମ କରି ୫ ଇଞ୍ଚ ର ତିନିଗୋଟି ରଥ ନିର୍ମାଣ ସହ ରଙ୍ଗ ଦେଇଥିଲେ। ଏଥି ସହ ତାଙ୍କ ଦ୍ବାରା ନିର୍ମିତ ରଥକୁ ରଥଯାତ୍ରା ରେ ପୁରୀ ବଡ଼ଦାଣ୍ଡରେ ଗଡାଇବା ପାଇଁ ମନସ୍ଥ କରି ଆଜି ସକାଳୁ ପୁରୀ ପହଞ୍ଚି ଯାଇଥିଲେ। ପୁରୀ ବଡ଼ଦାଣ୍ଡରେ ତିନି ରଥ ସମ୍ମୁଖରେ ରଥ ଗୁଡ଼ିକୁ ରଖି ଗଡାଇଥିଲେ ବିଜୟ। ଏଥିରେ ସେ ବେଶ ଖୁସି ରହିବା ସହ ଜଗନ୍ନାଥ ତାଙ୍କ ମନର କଥା ଜାଣି ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ଖୁସି ଅନୁଭବ କରିଥିବା ବିଜୟ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ଏହା ସହ ତାଙ୍କ କଳାକୃତି କୁ ଦେଖି ସେଇ ବାଟ ଦେଇ ଯାଉଥିବା ଶ୍ରୀ ପାତ୍ର ଅଟକି କଳାକୃତି କୁ ଦେଖିବା ସହ ବିଜୟ ଙ୍କ ପ୍ରଶଂସା କରିବା ସହ ମୋଦି ଙ୍କ ପକ୍ଷରୁ ଲୋକଲ ଫର ଭୋକାଲ ନେଇ ପ୍ରଚାର କରାଯାଉଛି,ତାହାରି ଆଧାର ରେ ଶ୍ରୀ ପାତ୍ର ବିଜୟ ଙ୍କୁ କିଛି ଟଂକା ପ୍ରଦାନ କରି ଏହି କଳାକୃତି କୁ କିଣି ନେଇଯିବା ସହ ଆଗାମୀ ଦିନରେ ଏହିପରି କଳାକୃତି ମାନ ନିର୍ମାଣ କରି ଓଡ଼ିଶା ର ନାମକୁ ଆଗକୁ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ କହିଥିଲେ ବୋଲି ବିଜୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜୟ ଇଞ୍ଜିନିୟରିଂ ପାଠପଢ଼ା ସହ ଚକଖଡି ରେ ବିଭିନ୍ନ କଳାକୃତି କରି ଉଚ୍ଚ ପ୍ରଶଂସିତ ହେବା ସହ ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି।