Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ରଥ ଯାତ୍ରା ସମାରୋହରେ ଅନୁଷ୍ଠିତ

ଚିପିଲିମା: ସମ୍ବଲପୁର ଚିପିଲିମା ଅଂଚଳରେ କାର୍ଡୋଳା, କଳାମାଟି, ବସନ୍ତପୁର ,ସାହାଜବାହାଲ, ଚିପିଲିମା ଗାଁ, ଚିପିଲିମା ଗାୟତ୍ରୀ ମନ୍ଦିର, ବନ୍ଦପାଲି,ଭଳିଆପାଲି, କୁଦ ମହଦା, ଚାଉରପୁର, ସେଂହାପାଳି, ବୈଜମୁଣ୍ଡା, ଆ କଟାପାଲି ଗ୍ରାମରେ ମହାପ୍ରଭୁଙ୍କ ରଥଯାତ୍ରା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ମହାପ୍ରଭୁଙ୍କ ରୀତି ନୀତି ଅନୁସାରେ ପୁଜାର୍ଚନା ପରେ ପହଣ୍ଡିଯାତ୍ରା ହେବାପରେ ମହାପ୍ରଭୁଙ୍କ ରଥାରୋଢ଼ ହୋଇଥିଲେ।ପରେ ଭକ୍ତମାନେ ରଥ ଟାଣି ନେଇ ବଡ଼ଦାଣ୍ଡରେ ପହଞ୍ଚିଥିଲେ।ପ୍ରତ୍ୟେକ ରଥ ଯାତ୍ରାରେ ଭଜନ, କୀର୍ତ୍ତନ, ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବାବେଳେ, ଶିଶୁମାନଙ୍କ ରଥଛୁଆଁ ହୋଇଥିଲା।ରଥାରୋଢ଼ ମହାପ୍ରଭୁ ସହସ୍ରାଧିକ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ସନ୍ଧ୍ୟାରେ ମହାପ୍ରଭୁ ମାଉସୀ ମା ମନ୍ଦିରକୁ ଯାଇଥିବାବେଳେ, ସାନ୍ଧ୍ୟ ରୀତିନୀତି ଆରତୀ ପୁଷ୍ପାଞ୍ଜଳି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ