ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ହୋଇଥିବା ପବିତ୍ର ରଥ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇ ଯାଇଛି l ଠାକୁର ଙ୍କ ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଠିକ୍ ଠାକ୍ ଭାବେ ଚାଲିଥିଲା l ଛଳିଆ ପାହାଡ଼ ଉପରେ ଥିବା ଶ୍ରୀ ମନ୍ଦିରରୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାଇଶି ପାହାଚ ଦେଇ ତଳକୁ ଆଣି ରଥାରୂଢୋ କରlଯାଇଥିଲା l ପୂଜାର୍ଚନା ପରେ ଗଜପତି ଭାବେ ଗ୍ରାମର ଗଡତିଆ ଚାମରl ଅମାତ ଠାକୁରଙ୍କ ର ଚ୍ଛେରାପହରା କହିବାପରେ ରଥଟଣା ହୋଇଥିଲା l ଚାରିଆଡ ଘଣ୍ଟ, ସଂଖ ,ମୃଦଙ୍ଗ, ହରିବୋଲ , ହୁଳହୁଳି ଶବ୍ଦରେ ଗଗନ ପବନ ମୁଖରିତ ହୋଇଥିଲା l
ଏ ଅବସରରେ ରାଜମଣି ସାହୁ, ମୈଥିଳୀ ପଣ୍ଡା, ଭୂଷଣ ପାତ୍ର, ରାମକୃଷ୍ଣ ହୋତା, ନାରାୟଣ ଦେହୁରୀ, ଯୁଗଳ ମିଶ୍ର, କିଶୋର ହୋତା ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ l ଦେବଦଳନ ମା ସୁଭଦ୍ରାଙ୍କ ରଥ କେବଳ ମହିଳା ମାନେ ଟାଣି ଥିବାବେଳେ ମହିଳା ସଙ୍କୀର୍ତ୍ତନ ଦଳ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ l ପୋଲିସ ବାହିନୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ପାନୀୟ ଜଳ ଆଦିର କର୍ମଚାରୀ ନିଜ ନିଜ କର୍ତ୍ତବ୍ୟ ସୁରୁଖୁରୁରେ ଚଳାଇଥିଲେ l ଚନ୍ଦ୍ରିକା ଟ୍ରଷ୍ଟ ତରଫରୁ ଜଳ ସିଞ୍ଚନ କରାଯାଇଥିଲା ଏବଂ କିଛି ସ୍ବେଚ୍ଛାସେବୀ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସାଙ୍ଗକୁ ଥଣ୍ଡା ପାନୀୟ ଜଳ ଦହି ସର୍ବତ ଆଦି ବାଣ୍ଟୁଥିବା ଦେଖାଯାଇ ଥିଲା l ପ୍ରଶାସନିକ ଅଧିକାରୀ ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ , ବୀରମହାରାଜପୁର ଏସ୍ ଡି ପି ଓ, ଉଲୁଣ୍ଡା ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ l ସନ୍ଧ୍ୟା 6 ଘ. ପୂର୍ବରୁ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ କୁ ବିଜେ କରିଥିଲେ l ଏ ଅବସରରେ ସାଂସ୍କୁତିକ କାର୍ଯ୍ୟକ୍ରମ ଭଜନ ସଂଧ୍ୟା କଳାକାରମାନେ ପରିବେଷଣ କରିଥିଲେ l
ପାତାଳୀ ଶ୍ରୀକ୍ଷେତ୍ର ରେ ଚତୁର୍ଦ୍ଧା ବିଗ୍ରହ ଙ୍କ ଆଡ଼ପ ମଣ୍ଡପ ରେ ବିଜେ
