Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁଘାତ ରେ ସାମ୍ବାଦିକ ପତ୍ନୀଙ୍କ ମୃତ୍ୟୁ ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାମାଳ ଗ୍ରାମରେ ପ୍ରତିଷ୍ଠିତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଙ୍କ ଧର୍ମପତ୍ନି ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଅନୁସାରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସତ୍ୟବାନ ପୁରୋହିତ ଙ୍କ ଧର୍ମପତ୍ନି ତପସ୍ବିନି ପଣ୍ଡା (୩୭) ଙ୍କ ଗତ କିଛି ଦିନ ପୁର୍ବରୁ ଦେହ ସାମାନ୍ୟ ଅସୁସ୍ଥ ଥିବାରୁ ତାଙ୍କ ଅଂଶୁଘାତ ଚିକିତ୍ସା ଚାଲିଥିଲା । ରବିବାର ଦିନ ସଂନ୍ଧ୍ୟା ସମୟରେ ହଠାତ ଦେହ ଅତ୍ୟାଧିକ ଅସୁସ୍ଥ ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରା ଯାଇଥିଲା। ଡାକ୍ତରଖାନରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆନୁସାଙ୍ଗିକ ବିଧି ବ୍ୟବସ୍ଥା ପରେ ଶବ ଘରକୁ ନେଇ ପ୍ରିୟଜନ ଙ୍କ ଶେଷ ଦର୍ଶନ ପରେ ନିଜ ଚମ୍ପାମାଳ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ବର୍ଗତ ତପସ୍ପିନୀ ପଣ୍ଡା ଙ୍କ ସ୍ବାମି ସମେତ ଗୋଟିଏ ୩ ବର୍ଷର ପୁଅ ଏବଂ ୧୨ ବର୍ଷ ର ଝିଅ ଅଛନ୍ତି । ମୃତ ତପସ୍ପିନୀ ଜଣେ ମେଳାପି , ପରୋପକାରୀ, ଭାଗବତ ପ୍ରେମୀ ମହିଳା ଥିବାରୁ ତାଙ୍କ ମୃତ୍ୟୁରେ ଅ଼ଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁପରେ ଅଂଚଳର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ,ସମ୍ପାଦକ ବାସୁଦେବ ପଣ୍ଡା, ଖବରଦାତା ରବୀନ୍ଦ୍ର ହୋତା, ସୌମିତ୍ରି ମେହେର, ଶେଷଦେବ ବାରିକ, ସଞ୍ଜୀବ ପାଣିଗ୍ରାହୀ, ତୀର୍ଥ ବାସି ପଣ୍ଡା, ସତ୍ୟବ୍ରତ ପଧାନ,ନିଳକମଳ ମିଶ୍ର,ରାଧାକାନ୍ତ ବାଘ, ଯୁଗଳ କିଶୋର ମିଶ୍ର, ପୀତାମ୍ବର ସାହୁ, ସୁଧିର ବିଶ୍ବାଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧି,ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିଛନ୍ତି। ଅଂଶୁଘାତରେ ମୃ୍ତକ ଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ