ମସ୍କଙ୍କ ବଡ ଘୋଷଣା; ଭାରତରେ ପ୍ରବେଶ କରିବ ଟେସଲା! 


ନୂଆଦିଲ୍ଲୀ: ଆଜି ଟୁଇଟର ସିଇଓ ତଥା ଟେସଲା ପ୍ରତିଷ୍ଠାତାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରିପୋର୍ଟ ଅନୁଯାୟୀ ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସଲା ଭାରତୀୟ ବଜାରରେ ପ୍ରବେଶ କରିପାରେ। ଏ ନେଇ ବଡ ଘୋଷଣା କରିଛନ୍ତି ଏଲନ ମସ୍କ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଭାରତ ଆସିବେ।

ରିପୋର୍ଟ ଅନୁଯାୟୀ, ଟେସଲା ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିପାରେ। କମ୍ପାନୀର ସିଇଓ ଏଲନ୍ ମସ୍କଙ୍କ ଏକ ସାକ୍ଷାତକାରରେ କହିଛନ୍ତି ଯେ କମ୍ପାନୀ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ। ସାକ୍ଷାତକାର ସମୟରେ ଯେତେବେଳେ ମସ୍କଙ୍କୁ ପଚରାଯାଇଥିଲା ଯେ ଟେସଲା ଭାରତରେ ଏକ ନୂତନ କାରଖାନା ସ୍ଥାପନ କରିବାକୁ ଆଗ୍ରହୀ କି ନାହିଁ, ମସ୍କ କହିଥିଲେ ନିଶ୍ଚିତ ଆଗ୍ରହୀ ଅଛୁ ବୋଲି କହିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତରେ ଟେସଲା କମ୍ପାନୀ ପୁଞ୍ଜି ନିବେଶ କରିବ, ଏହା ଦୁଇ ଦେଶ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ ହେବ।