Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ମଣିପୁର ହିଂସା; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ବିଜେପି ବିଧାୟକ

ଇମ୍ଫାଲ: ମଣିପୁରରେ ଚାଲିଥିବା ହିଂସା ଥମିବାର ନାଁ ନେଉନି। ସୂଚନା ଅନୁଯାୟୀ, ଦୁଇଟି ସ୍ଥାନରେ ଗୁଳି ବିନିମୟ ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ମଣିପୁରର ଥାଙ୍ଗଜିଙ୍ଗରେ ୧୫ରୁ ୨୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏହି ସମୟରେ ନଅ ଜଣ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି କହିଛନ୍ତି।

ଚିଠିରେ ଲେଖାଅଛି ଯେ ବର୍ତ୍ତମାନ ସରକାର ଏବଂ ପ୍ରଶାସନ ଉପରେ କୌଣସି ବିଶ୍ୱାସ ବାକି ନାହିଁ। ଲୋକମାନେ ରାଜ୍ୟ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ହରାଇଛନ୍ତି। ଆଉ ତାଙ୍କ ଉପରେ ଭରଷା ନାହିଁ। ଉପଯୁକ୍ତ ପ୍ରଶାସନ ଏବଂ ଆଇନ ଅନୁଯାୟୀ କାର୍ଯ୍ୟ କରିବା ପାଇଁ କେତେକ ବିଶେଷ ପଦକ୍ଷେପ ଗ୍ରହଣ ଦ୍ବାରା ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ପୁନଃସ୍ଥାପିତ ହୋଇପାରିବ।

ସୂଚନାଯୋଗ୍ୟ ଯେ ଏହି ସ୍ମାରକପତ୍ରକୁ ବିରୋଧୀ ବିଧାୟକମାନେ ନୁହେଁ ବରଂ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି। ଉଲ୍ଲେଖ ଥାଉ ପ୍ରଧାମମନ୍ତ୍ରୀ ମୋଦୀ ୪ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ